୮ଟି ମୟୂରପୁଚ୍ଛ ବଦଳାଇଦେବ ଆପଣଙ୍କ ଭାଗ୍ୟ ଜାଣନ୍ତୁ କେମିତି

ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ମୟୂରପୁଚ୍ଛକୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ-ପୂର୍ବ ଦିଗରେ ମୟୂରପୁଚ୍ଛ ରଖିଲେ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ ହୋଇଥାଏ। ଆଉ ଯଦି ଘରେ ରାହୁ ଦୋଷ ଥାଏ, ତେବେ ୮ଟି ମୟୂରପୁଚ୍ଛକୁ ଘରର ଉତ୍ତର-ପୂର୍ବ ଦିଗରେ ଥିବା କବାଟରେ ଲଗାଇଦେଲେ ଶୁଭଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଧ୍ୟାନଦେବେ ଯିବା ଆସିବା ସମୟରେ ଯେମିତି ସମସ୍ତଙ୍କର ଦୃଷ୍ଟି ଏହି କବାଟ ଉପରେ ପଡୁଥିବ। ଘରେ ଟଙ୍କା ପଇସାର ଅଭାବ ଦେଖାଯାଉଥିଲେ, ଶୁଭଦିନ ଦେଖି ଘରକୁ ମୟୂରପୁଚ୍ଛଟିଏ କିଣିଆଣି ଠାକୁର ଘରେ ରଖିଦେବେ। ଆଉ କିଣିଲାବେଳେ ପ୍ରଭୁ ଶ୍ରୀ କୃଷ୍ଣଙ୍କର ନାମ ନେଇ ମୟୂରପୁଚ୍ଛ କିଣିଲେ ଘରେ ଧନର ଅଭାବ ରହେନାହିଁ ବୋଲି ବିଶ୍ୱାସ ରହିଛି। ଉତ୍ତର ଦିଗର ସ୍ବାମୀ ହେଲେ କୁବେର। ତେଣୁ ଏହି ଦିଗରେ ଟ୍ରେଜେରି ହେଉ ଅବା ଆଲମିରା ରଖିବା ଶୁଭ। କିନ୍ତୁ ଯଦି ଭୁଲ୍‌ବଶତଃ ଘରର ଦକ୍ଷିଣ ଦିଗରେ ଏହା ରହିଯାଇଛି, ତା’ହେଲେ ଆଲମିରା ହେଉ ଅବା ଟ୍ରେଜେରି ଭିତରେ ମୟୂରପୁଚ୍ଛକୁ ସିଧା ଭାବେ ଠିଆ କରି ରଖିଦେଲେ; ଘରେ ଧନର ଅଭାବ ଦେଖାଯାଇ ନଥାଏ ବୋଲି ବିଶ୍ୱାସ କରାଯାଏ। ପିଲାଙ୍କ ଷ୍ଟଡି ରୁମ୍‌ ହେଉ ଅଥବା ସେମାନଙ୍କ ପଢା ଟେବୁଲ୍‌ ଉପରେ ମୟୂରପୁଚ୍ଛ ରଖିଲେ ସେମାନଙ୍କର ଏକାଗ୍ରତା ବୃଦ୍ଧି ପାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

ଭୁଲ୍‌ରେ ବି ଏହି ଦିନ ପାଦରୁ କାଢ଼ନ୍ତୁନି ପୁରୁଣା ଝୁଣ୍ଟିଆ

ଭାରତୀୟ ସଂସ୍କୃତିରେ ବିବାହିତା ମହିଳା ପାଦ ଆଙ୍ଗୁଠିରେ ରୁପାର ଝୁଣ୍ଟିଆ ପିନ୍ଧିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। କାରଣ ରୁପାର ସମ୍ପର୍କ କୁଆଡ଼େ ଚନ୍ଦ୍ର ଊର୍ଜା...

ଖରାପ ସମୟ ଦେଇ ଗତି କରୁଥିଲେ ନିହାତି ଜାଣନ୍ତୁ ଚାଣକ୍ୟଙ୍କ ଏହି ୩ କଥା, ମାନିଲେ….

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

ଯୋଗ ଓ ମାନସିକ ସ୍ବାସ୍ଥ୍ୟ

ଯୋଗ ଆମର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଶାରୀରିକ ବ୍ୟାୟାମ ବିଭିନ୍ନ ଶାରୀରିକ ଓ ମାନସିକ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ...

ଲୁଣ-ହୀରା-ବ୍ରାଗ୍‌ ନିୟମ

କ୍ଷୁଦ୍ରାତି କ୍ଷୁଦ୍ର ଅଣୁ-ପରମାଣୁକୁ ନେଇ ପଦାର୍ଥ ଗଠିତ ହୋଇଥାଏ। ସବୁ ପଦାର୍ଥରେ ନ ହେଲେ ବି କେତେକ ପଦାର୍ଥ ଭିତରେ ସେହି ଅଣୁ-ପରମାଣୁଗୁଡ଼ିକ ସୁନ୍ଦର ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri