Categories: ଜାତୀୟ

ଝିଅର ବିବାହ ଠିକ୍‌ କରି ଫେରୁଥିବା ବେଳେ ଚାଲିଗଲା ୮ଜୀବନ

ପାଟନା,୧୧।୬: ବିହାରର ପୁର୍ନିଆ ଜିଲାରେ ଏକ ବଡ ଦୁର୍ଘଟଣା ଘଟିଛି। ପୋଖରୀରେ ଏକ କାର ଖସିଯିବାରୁ ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ୧୦ଜଣ ବ୍ୟକ୍ତି ଏକ ବୋଲେରୋରେ ପୁର୍ନିଆ ଜଲାର ତରବାଡିରୁ କିଷନଗଞ୍ଜକୁ ଯାଉଥିଲେ। କୁହାଯାଉଛି, ଝିଅର ବିବାହ ପ୍ରସ୍ତାବ ଠିକ୍‌ କରିସାରି ବା ତିଲକ୍‌ କରି ପୁଅ ଘରୁ ଫେରୁଥିବା ବେଳେ କାଞ୍ଜିିଆ ଗ୍ରାମରେ ଏହି ଦୁର୍ଘଟଣା ଘଟିଥିଲା। କାଞ୍ଜିିଆ ଗ୍ରାମ ନିକଟରେ କାରଟି ଭାରସାମ୍ୟ ହରାଇ ହଠାତ୍‌ ଏକ ପୋଖରୀରେ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଶନିବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Share