ଆମେରିକାରେ ଗୁଳିକାଣ୍ଡ: ଚାଲିଗଲା ଗୋଟିଏ ପରିବାରର ୮ ଜୀବନ

ସଲ୍ଟ ଲେକ୍‌ ସିଟି,୫।୧: ଆମେରିକାର ଉଟାହ ସହରରେ ବୁଧବାର ଗୁଳିକାଣ୍ଡ ଘଟି ୫ ପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଦକ୍ଷିଣ ଉଟାହରୁ ଏକ ଘରୁ ମୃତଦେହଗୁଡ଼ିକୁ ଉଦ୍ଧାର କରିଛି। ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ। ମୃତକମାନେ ଗୋଟିଏ ପରିବାରର ଏବଂ ସେମାନେ ଉଟାହ ସହରରେ ବେଶ୍‌ ଜଣାଶୁଣା ବୋଲି ଏନୋଚ୍‌ ସିଟି ପରିଚାଳକ ରବ୍‌ ଡଟ୍‌ସନ କହିଛନ୍ତି।

Share