କେବୁଲ କାରରେ ମଝି ଆକାଶରେ ଲଟକିଛନ୍ତି ୬ ଶିଶୁଙ୍କ ସମତେ ୮ଜଣ, ଉଦ୍ଧାରକାର୍ଯ୍ୟ କାରି…

ଇସଲାମାବାଦ,୨୨।୮: ମଙ୍ଗଳବାର ଏକ ପାକିସ୍ତାନୀ ଗଭୀର ଉପତ୍ୟକା ଉପରେ ମଝି ଆକାଶରେ ଝୁଲୁଥିବା କେବୁଲ କାର ଭିତରେ ୬ ଜଣ ଶିଶୁ ଏବଂ ଦୁଇ ବୟସ୍କଙ୍କ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି।

ପିଲାମାନେ ବିଦ୍ୟାଳୟକୁ ଯିବା ପାଇଁ ଉପତ୍ୟକା ପାର ହେବା ଲାଗି ଚେୟାରଲିଫ୍ଟ ବ୍ୟବହାର କରୁଥିବାବେଳେ ଖାଇବର ପାସ୍ତୁନଖ୍ବା ପ୍ରଦେଶର ଏକ ସୁଦୂର, ପାର୍ବତ୍ୟ ଅଞ୍ଚଳରେ ୧୨୦୦ ଫୁଟ (ପ୍ରାୟ ୩୬୫ ମିଟର) ଉଚ୍ଚତାରେ ଏକ କେବୁଲ ଭାଙ୍ଗି ଯାଇଥିଲା ।

କେବୁଲ କାରରେ ଅଟକି ରହିଥିବା ଗୁଲଫ୍ରାଜ ପାକିସ୍ତାନୀ ଟେଲିଭିଜନ ଚ୍ୟାନେଲ ଜିଓ ନ୍ୟୁଜକୁ ଫୋନ ଯୋଗେ କହିଛନ୍ତି ଏଥିରେ ୮ ଜଣ ଲୋକ ଅଛନ୍ତି।

ସ୍ଥାନୀୟ ସମୟ ସକାଳୂ ୭ଟାରେ ଏହି ଦୁର୍ଘଟଣା ଘଟିଥିବାବେଳେ ଏ ପର୍ଯ୍ୟନ୍ତ କେହି ଉଦ୍ଧାର ହୋଇ ନାହାନ୍ତି। କେବଚୁଲ କାର ଭିତରେ ଥିବା ଜଣେ ଲୋକ ଫୋନ କରି କହିଛନ୍ତି ଏକ ହେଲିକପ୍ଟର ଆସିଥିଲା, କିନ୍ତୁ କୌଣସି ଅପରେଶନ ନ କରି ଚାଲି ଯାଇଥିଲା।

ପ୍ରାଦେଶିକ ଉଦ୍ଧାରକାରୀ ସଂସ୍ଥାର ବରିଷ୍ଠ ଅଧିକାରୀ ଅବଦୁଲ ବାସିତ ଖାନ କହିଛନ୍ତି, କେବୁଲ କାର ଗୋଟିଏ କେବୁଲରେ ଅଟକି ରହିଛି। ସ୍ଥାନୀୟ ଟେଲିଭିଜନରେ ଦେଖାଯାଇଥିବା ଚିତ୍ର ଅନୁଯାୟୀ ପାକିସ୍ତାନୀ ଆର୍ମି ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିବା ପରେ ମଧ୍ୟ କୌଣସି ଉଦ୍ଧାର କାର୍ଯ୍ୟ ହୋଇ ନାହିଁ। ପାକିସ୍ତାନର ଉଦ୍ଧାର ସେବା ଅଧିକାରୀ ଜୁଲଫିକର ଖାନ କହିଛନ୍ତି କେବୁଲ କାର ଏପରି ଏକ ସ୍ଥାନରେ ଅଟକି ରହିଛି ଯେଉଁଠାରେ ହେଲିକପ୍ଟର ବିନା ସାହାଯ୍ୟ କରିବା ପ୍ରାୟ ଅସମ୍ଭବ।

Share