ପୋଖରୀରୁ ମିଳିଲା ୮ କୁଇଣ୍ଟାଲ ବିଦ୍ୟୁତ୍‌ ତାର

ହିଞ୍ଜିଳିକାଟୁ, ୩୦ା୧୧( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନଆମ୍ବଗାଁ ନିକଟ ଏକ ପୋଖରୀରୁ ପୋଲିସ ପ୍ରାୟ ୮ କୁଇଣ୍ଟାଲ ଆଲୁମିନିୟମ ବିଦ୍ୟୁତ୍‌ ତାର ଜବତ କରିଛି। ଏ ସଂକ୍ରାନ୍ତରେ ୨ ଜଣକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ସେମାନଙ୍କଠାରୁ ଚୋରି ତାର ପରିବହନ ପାଇଁ ବ୍ୟବହୃତ ଗୋଟିଏ ଟାଟା ଏସିଇ, ଅଟୋ ଓ ୨ ବାଇକ୍‌ ଜବତ ହୋଇଛି। ଘଟଣାରେ ଆହୁରି ୪ରୁ ୫ ଜଣ ସମ୍ପୃକ୍ତି ଥିବା ପୋଲିସ କହିଛି । ତଦନ୍ତରେ ବାଧା ଉପୁଜିବା ନେଇ ଅଟକଙ୍କ ପରିଚୟ ପୋଲିସ ପ୍ରକାଶ କରିନାହିଁ ।

ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଶାସନଆମ୍ବଗାଁ ରାସ୍ତା ଦେଇ କେତେ ଜଣ ଯୁବକ ୨ଟି ବାଇକ୍‌ରେ ଦ୍ରୁତ ଗତିରେ ଯାଉଥିବା ବେଳେ ସେମାନଙ୍କ ପଛରେ ଏକ ଟାଟାଏସି ଓ ଏକ ଯାତ୍ରୀବାହୀ ଅଟୋ ଯାଉଥିଲା। ବିଳମ୍ବିତ ରାତିରେ ଗ୍ରାମ ରାସ୍ତା ଦେଇ ଗାଡିଗୁଡିକ ଦ୍ରୁତଗତିରେ ଯାଉଥିବାରୁ ଗ୍ରାମର କେତେ ଜଣ ଲୋକ ସନ୍ଦେହ କରିଥିଲେ। ସେମାନେ ଅଟୋ ପିଛା କରିଥିଲେ। ଅଟୋରେ ଆଲୁମିନିୟମ ବିଦ୍ୟୁତ୍‌ ତାର ବୋଝେଇ ହୋଇଥିଲା। ଲୋକମାନେ ସନ୍ଦେହ କରି ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଲୁଟେରାଙ୍କୁ ଧରିରିବାକୁ ଉଦ୍ୟମ କରିଥିଲା। ମାତ୍ର ପୋଲିସ ଗାଡିକୁ ଦେଖି ଲୁଟେରାମାନେ ଚୋରି କରିଥିବା ଆଲୁମିନିୟମ ବିଦ୍ୟୁତ ତାର ବଣ୍ଡଲଗୁଡିକୁ ନିମି ଗାଁ ନିମେଶ୍ୱର ପୋଖରୀକୁ ଫିଙ୍ଗି ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ । ପୋଲିସ ଘଟଣା ସ୍ଥଳରୁ ୨ ଜଣଙ୍କୁ ଧରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ ।

ପୋଲିସ ପୋଖରୀ ପାଣିରୁ ୪ ବିଡା ପ୍ରାୟ ୮ କୁଇଣ୍ଟାଲ ଆଲୁମିନିୟମ ବିଦ୍ୟୁତ ତାର ଉଦ୍ଧାର କରିଛି। ଗତ ପ୍ରାୟ ୧ବର୍ଷ ଧରି ହିଞ୍ଜିଳି ସମେତ ଗୋଳନ୍ଥରା, ଦିଗପହଣ୍ଡି ଓ ବ୍ରହ୍ମପୁର ସଦର ଥାନାର ବିଭିନ୍ନ ଅଞ୍ଚଳରୁ ୩୩କେଭି ବିଦ୍ୟୁତ୍‌ ସଂଯୋଗ ସକାଶେ ବିଛାଯାଇଥିବା ଆଲୁମିନିୟମ ବିଦ୍ୟୁତ ତାର ଚୋରି କରିଥିବା ଅଟକ ୨ ବ୍ୟକ୍ତି ପଚରାଉଚରା ବେଳେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri