୮ ସ୍କୁଲର ୮୦ ଛାତ୍ରୀଛାତ୍ର କରୋନା ପଜିଟିଭ୍‌: ସରକାରଙ୍କ ଅକଲ ଗୁଡୁମ୍‌

ରେଓ୍ବାଡ଼ି,୧୮।୧୧: ଦେଶରେ କରୋନା ମହାମାରୀ ଆତଙ୍କ ଜାରି ରହିଛି। ଦେଶର କେତେକ ରାଜ୍ୟରେ ସ୍କୁଲ ଖୋଲା ଯାଇଛି। ତେବେ ହରିୟାଣାରେ ରେଓ୍ବାଡ଼ିରେ ଖୋଲା ଯାଇଥିବା ୮ଟି ସ୍କୁଲରେ ୮୦ ଜଣ ଛାତ୍ରୀଛାତ୍ରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଖବର ପ୍ରଚାରିତ ହେବା ପରେ ସରକାରଙ୍କ ଅକଲ ଗୁଡୁମ୍‌ ହୋଇଯାଇଛି। ଏନେଇ ରାଜ୍ୟ ସରକାର ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ତଲବ କରିଛନ୍ତି। ସମ୍ପୃକ୍ତ ସ୍କୁଲଗୁଡ଼ିକ ୧୫ ଦିନ ବନ୍ଦ ରଖିବା ସହିତ ସାନିଟାଇଜ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ନଭେମ୍ବର ୨ରୁ ରାଜ୍ୟରେ ନବମଠାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରମାନେ ସ୍କୁଲ ଯିବା ଆରମ୍ଭ କରିଥିଲେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୮୩୭ ଛାତ୍ରୀଛାତ୍ରଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯାଇଥିଲା।

Share