ଏନ୍‌ଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ ୮ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର(ବ୍ୟୁରୋ),୫।୯: ଆସନ୍ତା ୬ ତାରିଖରେ ଏନ୍‌ଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ଅନୁଷ୍ଠିତ ହେବ। କଟକ, ସମ୍ବଲପୁର ଓ ବିଶାଖାପାଟଣାରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କ ଯାତାୟାତ ସୁବିଧା ପାଇଁ ପୂର୍ବତଟ ରେଳପଥ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର ୫ ଅପରାହ୍ନ ୫ଟାରେ ବିଭିନ୍ନ ଷ୍ଟେଶନରୁ ଏହି ଟ୍ରେନ୍‌ଗୁଡ଼ିକ ଯାତ୍ରା ଆରମ୍ଭ କରିବ ଓ ୬ ତାରିଖ ଦିନ ସେଠାରୁ ଫେରିବ। ଚଳାଚଳ କରିବାକୁ ଥିବା ଏହି ଟ୍ରେନ୍‌ଗୁଡ଼ିକ ମଧ୍ୟରେ ବ୍ରହ୍ମପୁର-କଟକ ମେମୁ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, ଅନୁଗୋଳ-କଟକ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, କେନ୍ଦୁଝରଗଡ଼-କଟକ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, ପାରାଦୀପ-କଟକ ମେମୁ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, ରାଉରକେଲା-ସମ୍ବଲପୁର ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, କଣ୍ଟାବାଞ୍ଜି- ସମ୍ବଲପୁର ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, ଇଚ୍ଛାପୂରମ-ବିଶାଖାପାଟଣା ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌, ବାଲେଶ୍ୱର-ଭୁବନେଶ୍ୱର ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ରହିଛି। ସମସ୍ତ ଟ୍ରେନ୍‌ ୫ ତାରିଖ ସନ୍ଧ୍ୟାରେ ନିର୍ଦ୍ଧାରିତ ଷ୍ଟେଶନରେ ପହଞ୍ଚତ୍ବ। ୬ ତାରିଖ ସକାଳେ ପରୀକ୍ଷା ସରିବା ପରେ ପୁଣିଥରେ ପରୀକ୍ଷାର୍ଥୀଙ୍କୁ ନେଇ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବ।

 

Share