Categories: ଜାତୀୟ

ମିଶନ ଅମୃତ ସରୋବରରେ ପଛୁଆ ୮ ରାଜ୍ୟ: ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୯।୮ : ଜାତୀୟ ଲକ୍ଷ୍ୟ ହାସଲ କରିବା ସତ୍ତ୍ୱେ ମିଶନ ଅମୃତ ସରୋବର ଅନ୍ତର୍ଗତ ଥିବା ଲକ୍ଷ୍ୟ ପୂରଣ କରିବାରେ ଦେଶର ଆଠଟି ରାଜ୍ୟ ପଛରେ ପଡିଛନ୍ତି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଶନିବାର ଏକ ବିବୃତ୍ତିରେ କହିଛି। ଏଥିରେ କୁହାଯାଇଛି ଏହି ମିଶନକୁ କାର୍ଯ୍ୟକାରୀ କରିବାରେ ପଛରେ ପଡିଥିବା ରାଜ୍ୟଗୁଡ଼ିକ ହେଉଛନ୍ତି ପଶ୍ଚିମବଙ୍ଗ, ପଞ୍ଜାବ, ତେଲେଙ୍ଗାନା, କେରଳ, ତାମିଲନାଡୁ, ହରିୟାଣା, ବିହାର ଏବଂ ରାଜସ୍ଥାନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୦୨୨ରେ ଏହି ଅଭିଯାନ ଆରମ୍ଭ କରିଥିଲେ। ମିଶନ ଅମୃତ ସରୋବର ଅର୍ନ୍ତଗତ ପ୍ରତ୍ୟେକ ଜିଲାରେ ଅତି କମରେ ୭୫ ଟି କଳାଶୟକୁ ନବୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅଗଷ୍ଟ ୧୫ ସୁଦ୍ଧା ୫୦ ହଜାର ଅମୃତ ସରୋବର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମନ୍ତ୍ରଣାଳୟ ମେ ମାସରେ ଘୋଷଣା କରିଥିଲା ୫୦,୦୭୧ ଅମୃତ ସରୋବର କାର୍ଯ୍ୟସୂଚୀ ପୂରଣ ହେବା ନେଇ ଜାତୀୟ ଲକ୍ଷ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ହାସଲ କରାଯାଇଛି।

ଏଥିରେ ଦର୍ଶାଯାଇଛି ପଶ୍ଚିମବଙ୍ଗ, ପଞ୍ଜାବ, ତେଲେଙ୍ଗାନା, କେରଳ, ତାମିଲନାଡୁ, ହରିୟାଣା, ବିହାର ଏବଂ ରାଜସ୍ଥାନ ବ୍ୟତୀତ ସମସ୍ତ ରାଜ୍ୟର ୭୫ ଟି ଅମୃତ ସରୋବର ଜିଲା ସ୍ତରୀୟ ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରାଯାଇଛି, ଯେଉଁଠାରେ କିଛି ଜିଲାରେ ଏପର୍ଯ୍ୟନ୍ତ ଏହା ହୋଇପାରି ନାହିଁ। ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଅମୃତ ସରୋବର ଚିହ୍ନିତ ୧,୧୨,୨୭୭ଜଳାଶୟ ମଧ୍ୟରୁ ୮୧,୪୨୫ରେ କାମ ଆରମ୍ଭ ହୋଇଛି। ସମୁଦାୟ ୬୬,୨୭୮ ଅମୃତ ସରୋବର ନିର୍ମାଣ କିମ୍ବା ନବୀକରଣ କରାଯାଇଛି ।

Share