ଶିମ୍ଲା,୩୦।୯: ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ରାଜଧାନୀ ଶିମ୍ଲାରେ ଗୁରୁବାର ଏକ ୮ ମହଲା କୋଠା ଭୁଶୁଡ଼ିପଡ଼ିଛି। କଚ୍ଚିଘାଟ ଅଞ୍ଚଳରେ ଥିବା ଏହି କୋଠା ଭୁଶୁଡି ପଡିବା ଆଶଙ୍କା କରି ୧୫ ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲା। ଫଳରେ ଏକ ବଡ଼ଧରଣର ବିପଦକୁ ଟାଳି ଦିଆଯାଇଛି। ସୌଭାଗ୍ୟକ୍ରମେ ଏଥିରେ କେହି ମୃତାହତ ହୋଇନାହାନ୍ତି। ବର୍ଷାଜନିତ ଭୂସ୍ଖଳନ ଆଶଙ୍କା ଲାଗି ରହିଥିବା ବେଳେ ଶିମ୍ଲା ସହରରେ ଏବେ ମଧ୍ୟ ୫ରୁ ୧୨ ମହଲା ବିଶିଷ୍ଟ ଅନେକ କୋଠା ବିପଦସଙ୍କୁଳ ଅବସ୍ଥାରେ ରହିଛି।