Categories: ଜାତୀୟ

ରାଗିଂ କରି ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ୧୮ ଛାତ୍ର ବହିଷ୍କୃତ

ଦିବ୍ରୁଗଡ଼,୩୦।୧୧: ବରିଷ୍ଠ ଛାତ୍ରମାନଙ୍କ ର଼୍ୟାଗିଂ ଯୋଗୁ ରବିବାର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟର ପ୍ରଥମ ସେମିଷ୍ଟର ଛାତ୍ର ହଷ୍ଟେଲ୍‌ ବିଲ୍ଡିଂରୁ ଡେଇଁ ଗୁରୁତର ହୋଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ୧୮ ଜଣ ଛାତ୍ରଙ୍କୁ ୟୁନିଭର୍ସିଟି କର୍ତ୍ତୃପକ୍ଷ ହଷ୍ଟେଲରୁ ବହିଷ୍କାର କରିଛନ୍ତି। ଏହା ବ୍ୟତୀତ ପୋଲିସ ଗିରଫ କରିଥିବା ୩ ଅଭିଯୁକ୍ତ ଛାତ୍ରଙ୍କୁ ତଦନ୍ତ ଶେଷ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। ଏମ୍‌.କମ୍‌ ପ୍ରଥମ ସେମିଷ୍ଟର ଛାତ୍ର ଆନନ୍ଦ ଶର୍ମାଙ୍କୁ ସିନିୟର ଛାତ୍ରମାନେ ଗତ ୨୬ ତାରିଖ ଅପରାହ୍ନ ସାଢ଼େ ୪ଟାରୁ ତା ପରଦିନ ଭୋର ୫ଟା ପର୍ଯ୍ୟନ୍ତ ନିର୍ଯାତନା ଦେଇଥିଲେ। ନିର୍ଯାତନା ସହି ନ ପାରି ଛାତ୍ର ଜଣକ ପିଏନ୍‌ଜିବି ହଷ୍ଟେଲ୍‌ ବି ବ୍ଲକ୍‌ ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଥିଲେ।

Share