Categories: ଜାତୀୟ

ଧରାପଡ଼ିଲେ ୮ ଆତଙ୍କବାଦୀ: ବଡ଼ ଧରଣର ଆଇଇଡି ବିସ୍ଫୋରଣ ପାଇଁ କରୁଥିଲେ ଯୋଜନା

ବେଙ୍ଗାଲୁରୁ,୧୮ା୧୨: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କର୍ନାଟକର ବଲାରିରୁ ଆଇଏସ୍‌ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରିଛି। ଏପରିକି ଆଇଇଡି ବିସ୍ଫୋରଣ ଯୋଜନାକୁ ପଣ୍ଡ କରି ଦିଆଯାଇଛି।

କର୍ନାଟକର ବଲାରି, ବେଙ୍ଗାଲୁରୁ ସମେତ ମହାରାଷ୍ଟ୍ରର ମୁମ୍ବାଇ, ପୁଣେ ଏବଂ ଦିଲ୍ଲୀ ଓ ଝାଡ଼ଖଣ୍ଡର ବୋକାରୋର ୧୯ଟି ସ୍ଥାନରେ ସୋମବାର ସକାଳେ ଏନ୍‌ଆଇଏ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସଲ୍‌ଫର, ପୋଟାସିୟମ ନାଇଟ୍ରେଟ୍‌, ଗନ୍‌ପାଉଣ୍ଡର, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରଣ କରାଯିବାକୁ ଥିବା ପ୍ରସ୍ତାବିତ ସ୍ଥାନ ସମ୍ପର୍କିତ କାଗଜାତ ମିଳିଛି।

ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ସହ ନଗଦ ଟଙ୍କା ଏବଂ ଡିଜିଟାଲ ଉପକରଣ ଜବତ ହୋଇଛି। ବଲାରି ମଡ୍ୟୁଲ୍‌ର ନେତା କୁହାଯାଉଥିବା ମିନାଜ ଓରଫ ମହମ୍ମଦ ସୁଲୈମାନ ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ପରସ୍ପର ସହ ଯୋଗାଯୋଗ ପାଇଁ ଏକ ଆପ୍‌ ବ୍ୟବହାର କରୁଥିଲେ। ଚଢ଼ାଉରେ କର୍ନାଟକର ବଲାରି ଏବଂ ବେଙ୍ଗାଲୁରୁ ପୋଲିସ ସାମିଲ ଥିଲେ।

Share