ଲଣ୍ଡନ: ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୮,୦୦୦ ରୋଗୀଙ୍କ ପାଖକୁ ଏକ ସମୟରେ ଏକ ମେସେଜ୍ ଆସିଥିଲା। ଯାହାକୁ ଦେଖି ସମସ୍ତେ ବ୍ୟସ୍ତ ଏବଂ କାନ୍ଦି ପକାଇଥିଲେ। ବ୍ରିଟେନ୍ର ଏକ ଆସ୍କେନ ହସ୍ପିଟାଲରେ ଏପରି ଘଟଣା ଘଟିଛି। ରିପୋର୍ଟ ମୁତାବକ, ହସ୍ପିଟାଲ ପକ୍ଷରୁ ରୋଗୀଙ୍କୁ ଖ୍ରୀଷ୍ଟମାସ ମେସେଜ୍ ଦେବାକୁ ଚାହଁଥିଲେ। ହେଲେ ଭୁଲ୍ ବଶତଃ ମେଡିକାଲ ଷ୍ଟାଫ୍ ସମସ୍ତ ରୋଗୀଙ୍କୁ ମସ୍ତିଷ୍କ କ୍ୟାନ୍ସର ହୋଇଥିବା ନେଇ ମେସେଜ ପଠାଇଦେଇଥିଲେ। ଏଥିରେ ସମସ୍ତେ ବ୍ୟସ୍ତବିବ୍ରତ ହେବା ସହ ଚିନ୍ତାରେ ପଡିଯାଇଥିଲେ। ଏହାର କିଛି ସମୟ ପରେ ସମସ୍ତ ରୋଗୀଙ୍କୁ ଅନ୍ୟ ଏକ ମେସେଜ୍ ଆସିଥିଲା। ଯେଉଁଥିରେ କି ହସ୍ପିଟାଲ ପକ୍ଷରୁ ଭୁଲ୍ ମେସେଜ୍ ଯାଇଥିବା ନେଇ ଅନ୍ୟ ଏକ ମେସେଜ୍ ଜରିଆରେ ଭୁଲ୍ ମାଗି ସତ କଥା ଜଣାଇଥିଲେ। ଏଥିସହ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ।