Categories: ଜାତୀୟ

ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଚାଲିବ ୮ଟ୍ରେନ୍‌

ନୂଆଦିଲ୍ଲୀ,୧୭ ।୧: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆକାଶଛୁଆଁ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଖିବା ଏବେ ସହଜ ହେବ । ଗୁଜରାଟର କେବଡିୟା ଗାଁକୁ ନୂଆଦିଲ୍ଲୀରୁ ସିଧାସଳଖ ଟ୍ରେନ୍ ଚଳାଚଳ କରିବ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ହଜରତ ନିଜାମୁଦ୍ଦିନ ରେଲୱେ ଷ୍ଟେଶନରୁ ଏହି ଟ୍ରେନ୍‌କୁ ସବୁଜ ସଙ୍କେତ ଦେବେ । ଅଧିକାରୀଙ୍କ ସୂଚନା ଅନୁଯାୟୀ, ହଜରତ ନିଜାମୁଦ୍ଦିନ ରେଲୱେ ଷ୍ଟେଶନ ସମେତ ମୋଦି ଅନ୍ୟ ଷ୍ଟେଶନରୁ କବାଡିୟା ଯାତ୍ରା କରିବାକୁ ଥିବା ଟ୍ରେନ୍‌କୁ ମଧ୍ୟ ସବୁଜ ସଙ୍କେତ ଦେବେ । ହଜରତ ନିଜାମୁଦ୍ଦିନ ରେଲୱେ ଷ୍ଟେଶନରେ ମୋଦିଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ନ୍ଧନ ଓ ରେଳ ମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ଏବେ ପର୍ଯ୍ୟନ୍ତ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ୍ ବ୍ୟବସ୍ଥା ନାହିଁ । ଲୋକେ ବଡୋଦରା ପରେ ସଡ଼କ ପଥରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଯାତ୍ରା କରୁଥିଲେ । ଏବେ ଏହି ଟ୍ରେନ୍ ସେବା ଫଳରେ ଦିଲ୍ଲୀ ଏନ୍‌ସିଆର୍ ସମେତ ଉତ୍ତର ଭାରତର ଅନ୍ୟ ସହରର ଲୋକେ ବି ସିଧାସଳଖ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ପହଞ୍ଚିପାରିବେ ।

Share