ଆଖିରେ ପଟି ବାନ୍ଧି ସବୁ କାମ କରୁଛନ୍ତି ୮ ବର୍ଷର ନାବାଳକ

କୋକସରା,୬।୩(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ପୋଡାଗୁଡା ଗାଁର ବିସ୍ମୟ ବାଳକ ରିତେଶ କୁମାର ସାହୁ (୮)। ସାଧାରଣତଃ ଆମ ଆଖିରେ ପଟି ବାନ୍ଧିଲେ ଆମକୁ କିଛି ଦେଖାଯାଏ ନାହିଁ। ହେଲେ ରିତେଶ ଆଖି ବନ୍ଦ କରି ସବୁ କାମ କରିପାରୁଛନ୍ତି। ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ। ପୋଡାଗୁଡା ଗାଁର ବବୃବାହାନ ସାହୁ ଓ ସୁରଭି ସାହୁଙ୍କ ପୁଅ ରିତେଶ । ଗାଁ ବିଦ୍ୟାଳୟରେ ସେ ଦ୍ୱିତୀୟ ଶ୍ରେଣୀରେ ପଢ଼ନ୍ତି। ରିତେଶ ଆଖିରେ କଳା କପଡ଼ା ବାନ୍ଧି ଲେଖିବା, ପଢ଼ିବା, ଦୌଡ଼ିବା, ଲୋକଙ୍କୁ ଚିହ୍ନିବା, ସାଇକେଲ ଚଳାଇବା ଆଦି କାମ ସହଜରେ କରିପାରୁଛନ୍ତି। ଭବିଷ୍ୟତରେ ରିତେଶ ଜଣେ ଇିନିୟର ହେବା ଲକ୍ଷ୍ୟ ରଖିଛନ୍ତି। ତେବେ ରିତେଶ ଇଭେନ୍ସ ଏକାଡେମୀ ଜୟପୁରରୁ ଅନଲାଇନ୍‌ ମାଧ୍ୟମରେ ଦିବ୍ୟଶକ୍ତି କୋର୍ସ କରୁଛନ୍ତି। ଏହି ବିସ୍ମୟ ପ୍ରତିଭା ପାଇଁ ସ୍ଥାନୀୟ ଲୋକେ ତାଙ୍କୁ ବେଶ୍‌ ପ୍ରଶଂସା କରିବା ସହ ଉତ୍ସାହିତ କରୁଛନ୍ତି ।

Share