ଜସପୁର,୫।୧୧ : ଛତିଶଗଡର ଜସପୁର ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯସପୁରରେ ଜଣେ ୮ ବର୍ଷ ବୟସ୍କ ବାଳକଙ୍କୁ ସାପ କାମୁଡ଼ିବା ପରେ ବାଳକ ଜଣକ ସାପକୁ ଦୁଇଥର କାମୁଡ଼ି ଦେଇଥିଲା। ଯେଉଁ କାରଣରୁ ଶେଷରେ ସାପର ମୃତ୍ୟୁ ଘଟିଥିଲା। ବାଳକ ଦୀପକ ତାଙ୍କ ଘର ପଛରେ ଖେଳୁଥିଲେ। ହଠାତ ଏକ ସାପ ଆସି ପିଲାଟିର ହାତରେ ଗୁଡ଼ାଇ ତାଙ୍କୁ କାମୁଡ଼ିଥିଲା। ସାପ କାମୁଡ଼ିବା କାରଣରୁ ଦୀପକ ଯନ୍ତ୍ରଣାରେ କାନ୍ଦିବାକୁ ଆରମ୍ଭ କଲେ ମଧ୍ୟ ସାପକୁ ହାତରୁ ବାହାର କରି ପାରି ନ ଥିଲେ। ସେ ଜୀବନ ବଞ୍ଚାଇବାକୁ ଯାଇ ସାହସର ସହିତ ସାପକୁ କାମୁଡ଼ିବା ଆରମ୍ଭ କରିଥିଲେ। ଫଳରେ ସାପଟିର ମୃତ୍ୟୁ ଘଟିଥିଲା।
ଯେତେବେଳେ ସେ ସାପ କାମୁଡ଼ିବା ବିଷୟରେ ପରିବାର ଲୋକଙ୍କୁ କହିଥିଲେଳ, ସେମାନେ ଶୀଘ୍ର ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଦୀପକଙ୍କୁ ଆଣ୍ଟି ଭେନମ ଇଞ୍ଜେକଶନ ଦିଆଯାଇଥିଲା। ଏହା ପରେ ଦୀପକଙ୍କୁ ଗୋଟିଏ ଦିନର ଚିକିତ୍ସା ପାଇଁ ଡାକ୍ତରଖାନାରେ ରଖାଯାଇଥିଲା। ଦୀପକ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି।
ଡାକ୍ତରମାନେ କହିଥିଲେ ଯେ, ଯେତେବେଳେ ସାପ ଦୀପକକୁ ଦଂଶନ କଲା, ସେତେବେଳେ ବିଷ ବାହାରି ନଥିଲା, ଯେଉଁଥିପାଇଁ ଦୀପକଙ୍କର ଜୀବନ ବଞ୍ଚିଗଲା। ଶିଶୁଟିକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ବୋଲି ଡାକ୍ତରଖାନା ପ୍ରଶାସନ କହିଛି। ଡ୍ରାଏ ବାଇଟରେ ସାପ ଠାରୁ ବିଷ ନିର୍ଗତ ହୋଇ ନଥିଲା। ତେଣୁ ଦୀପକଙ୍କ ଜୀବନ ରକ୍ଷା ହୋଇଥିଲା।