Categories: ଫୁରସତ

ବାପାଙ୍କୁ ବିକ୍ରି କରିବେ ୮ ବର୍ଷର ଝିଅ, ଘର ବାହାରେ ମାରିଲେ ପୋଷ୍ଟର

ବିଦେଶରେ ମା’ବାପା କିଛି କଲେ ପିଲା ପୋଲିସ ଡାକିବାର ନଜିର ରହିଛି। କିଛି ଏଭଳି ଘଟଣାକ୍ରମରେ ୮ ବର୍ଷର ଝିଅ ନିଜ ବାପାଙ୍କୁ ବିକ୍ରି କରିବାକୁ ବିଜ୍ଞାପନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏ ସଂକ୍ରାନ୍ତରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋକୁ ଦେଖି ଅନେକ ଚକିତ ହେଉଛନ୍ତି।

ଫଟୋରେ ପିଲାଟି ଲେଖିଛି, ‘ବାପାଙ୍କୁ ବିକ୍ରି କରିବାକୁ ଚାହୁଁଛି। ତାଙ୍କ ମୂଲ୍ୟ ୨ ଲକ୍ଷ ଟଙ୍କା। ଅଧିକ ସୂଚନା ପାଇଁ ଘରର ବେଲ୍‌ ବଜାନ୍ତୁ। ’ତେବେ ବାପାଙ୍କ ସହ ଝଗଡ଼ା ପରେ ଝିଅ ଏଭଳି କିଛି ନିର୍ଣ୍ଣୟ ନେଇଛି। ଏଥିଲାଗି ସେ ଘରର ଗେଟ୍‌ରେ ଏକ କାଗଜରେ ଉପରୋକ୍ତ ଧାଡ଼ିଗୁଡ଼ିକ ଲେଖି ବିଜ୍ଞାପନ ଦେଇଛନ୍ତି। ଟୁଇଟରର ଜଣେ ବ୍ୟବହାରକାରୀ ନିଜ ଆକାଉଣ୍ଟରୁ ଏହା ଶେୟାର କରିବା ପରେ ବେଶ ଭାଇରାଲ ହେଉଛି। ପୋଷ୍ଟକୁ ପଢ଼ିବା ପରେ ଉକ୍ତ ବ୍ୟବହାରକାରୀଙ୍କ ଝିଅ ଏଭଳି କିଛି ଲେଖିଥିବା ସ୍ପଷ୍ଟ ହୋଇଛି।
ଦେଖନ୍ତୁ ଟୁଇଟ୍‌:

Share