୮ ବର୍ଷ ପରେ ପୀଡ଼ିତାଙ୍କ ଫୋନ୍‌କୁ ଆସିଲା ବଳାତ୍କାରୀଙ୍କ ପକ୍ଷରୁ ମେସେଜ୍‌, ଏଥିରେ ଲେଖାଥିଲା…

ଓ୍ବାଶିଂଟନ,୨୪ା୫: ଆମେରିକାର ପେନାସିଲେବ୍‌ନିଆରେ ରହୁଥିବା ୨୩ ବର୍ଷୀୟା ଶାନନ ନିଜ ବୟଫ୍ରେଣ୍ଡଙ୍କ ସହ ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ଶାନନ ତାଙ୍କର ଫେସ୍‌ବୁକ୍‌ ଖୋଲିଥିଲେ। ଏଥିରୁ ଏକ ମେସେଜ ପଢ଼ି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କେବେ କଳ୍ପନା କରି ନ ଥିଲେ ତାଙ୍କ ନିକଟକୁ ଏମିତି ମେସେଜ ଆସିବ ବୋଲି।

ଏହି ମେସେଜ୍‌ରେ ଲେଖାଥିଲା, ମୁଁ ତୁମକୁ ବଳାତ୍କାର କରିଥିଲି। ତୁମ ନିକଟରେ ସମୟ ଅଛି ଯଦି ମୁଁ କଥା ହେବାକୁ ଚାହୁଁଛି। ତୁମ କଣ୍ଠସ୍ବର ମୁଁ ଶୁଣିବାକୁ ଚାହୁଁଛି। ମୁଁ ତୁମ ପାଇଁ ପ୍ରାର୍ଥନା କରିବି।

ମେସେଜ୍‌ ପଢ଼ିବା ପରେ ଶାନନ ଜାଣିପାରିଲେ କି ଯେଉଁ ଅଭିଯୁକ୍ତ ତାଙ୍କୁ ୨୦୧୩ରେ ଏକ ପାର୍ଟିରେ ପିଛା କରିଥିଲେ। ସେ ତାଙ୍କ ହଷ୍ଟେଲ ପର୍ଯ୍ୟନ୍ତ ଆସି ସେଠାରେ ତାଙ୍କୁ ବଳାତ୍କାର କରିଥିଲେ। ହଠାତ୍‌ ୮ ବର୍ଷ ପରେ ସୋସିଆଲ ମିଡିଆରେ ତାଙ୍କ ଦୋଷ ସ୍ବୀକାର କରିଛନ୍ତି। ଏହି ବଳାତ୍କାର ଘଟଣା ପରେ ପୋଲିସ ଏକ ମାମଲା ଦାୟର କରିଥିଲା। କିନ୍ତୁ ସେ ପୋଲିସଠାରୁ କୌଣସି ଅଧିକ ନ୍ୟାୟ ପାଇ ନ ଥିଲେ। ଦୀର୍ଘଦିନ ଧରି ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ।

ହଠାତ୍‌ ଅଭିଯୁକ୍ତ ସୋସିଆଲ ମିଡିଆରେ ତାଙ୍କୁ ଏପରି ମେସେଜ କରିବା ଦେଖି ଶାନନ ଆଶ୍ଚର୍ଯ୍ୟ ହେବା ସହ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି। କାରଣ ଏତେ ଦିନ ପରେ ତାଙ୍କୁ ନ୍ୟାୟ ମିଳିଛି। ଏହା ପରେ ସେ ତାଙ୍କ ଓକିଲଙ୍କୁ ଭେଟିଥିଲେ। ନିୟମ କାନୁନ ଉପରେ ଚର୍ଚ୍ଚା କଲେ। ସେ କହିଛନ୍ତି ଏହି କେସ୍‌ ସେ ଲଢ଼ିବେ।

ପୋଲିସ ତାଙ୍କ କେସ୍‌କୁ ବନ୍ଦ କରିଦେଇଥିଲା। ଆମେରକା ଏମିିତି ଏକ ଦେଶ ଯେଉଁଠି ଖୁବ୍‌ କମ୍‌ ବଳାତ୍କାର ମାମଲା ରୁଜୁ ହୁଏ। ଇଏ ସେମିତି ଏକ ମାମଲା ଯେଉଁଥିରେ ଶାନନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ଆଶା ରଖିଥିଲେ ଦିନେ ନା ଦିନେ ତାଙ୍କୁ ନ୍ୟାୟ ମିଳିବ। ଯାହା ଏବେ ତାଙ୍କୁ ମିଳିଛି।

Share