Advertisement

୮ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବଡ଼ବିଲ,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଜଣେ ୮ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରିବା ଘଟଣାରେ ଅଟକ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରାସାହି ପଞ୍ଚାୟତର ସୁନିଆ ଓରଫ ଟିରୁ ଚାମ୍ପିଆ।
ସୂଚନାଯୋଗ୍ୟ, ରବିବାର ରାତିରେ ଭଦ୍ରାସାହି ପଞ୍ଚାୟତର ଏକ ଗ୍ରାମରେ ଏକୋଇଶା କାର୍ଯ୍ୟକ୍ରମ ଚାଲିଥିଲା। ରାତି ପ୍ରାୟ ୯ଟା ବେଳେ ପୀଡ଼ିତା ଶିଶୁକନ୍ୟାଟିକୁ ସେହି ଗ୍ରାମର ସୁନିଆ ଓରଫ ଟିରୁ ଟେକି ନେଇଥିବା ଜାଣିବାକୁ ପାଇ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିଲେ। ତେବେ ଦୀର୍ଘ ସମୟ ପରେ ଅଭିଯୁକ୍ତ ଜଣକ ଶିଶୁ କନ୍ୟାଟିକୁ ଆଣି ଛାଡ଼ି ଦେଇଥିଲା। ଏ ନେଇ ପୀଡ଼ିତା ଶିଶୁ କନ୍ୟାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦେବା ପରେ ସୋମବାର ପୋଲିସ ଏ ନେଇ ବଡ଼ବିଲ ଥାନା କେସ୍‌ ନଂ ୬୧/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା। ଅଭିଯୁକ୍ତଙ୍କୁ ପୋଲିସ ବୁଧବାର କେନ୍ଦୁଝର ସ୍ପେଶାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel