Categories: ଜାତୀୟ

ବିହାରରେ ୮୦ପରିବାର ଜଳବନ୍ଦୀ

ପାଟନା,୬।୧୦: ବିହାରର ମୁଙ୍ଗର ସହରରେ ପ୍ରାୟ ୮୦ ପରିବାର ଜଳବନ୍ଦୀରେ ଅଛନ୍ତି। ଏହି ୮୦ପରିବାରରେ ୩୦୦ଲୋକ ରହୁଛନ୍ତି। ଗତ କିଛି ଦିନ ଧରି ଲଗାଣ ବର୍ଷା ହେତୁ ସମଗ୍ର ଗାଁ ପାଣି ଘେରରେ ରହିଛି। ରାସ୍ତାରେ ଦୁଇ ଫୁଟର ପାଣି ଚାଲୁଛି। ସେହିପରି ଘର ଭିତରେ ପାଣି ପଶିଯାଇଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ତେବେ ଏସବୁ ପରେ ବି ପ୍ରଶାସନର ନିଦ ଭାଙ୍ଗୁ ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Share