୮୦ କେଜି ଗଞ୍ଜେଇ ଜବତ, ଗିରଫ ଦୁଇ ଅଣଓଡ଼ିଆ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨।୧୧: ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଗଞ୍ଜେଇ ଭର୍ତ୍ତି କାର୍‌କୁ ମଙ୍ଗଳବାର ଅବକାରୀ ପୋଲିସ ଜବତ କରିଛି। କାର୍‌ ଭିତରୁ ୮୦ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣକାରୀ ସମେତ ଦୁଇ ଜଣ ଅଣଓଡ଼ିଆ ଯୁବକଙ୍କୁ ଅବକାରୀ ପୋଲିସ ଗିରଫ କରିଛି। ତେବେ ଗଞ୍ଜେଇ ଚାଲାଣକାରୀ ଉତ୍ତରପ୍ରଦେଶର ମହମ୍ମଦ ଅକିଲ ( ୩୦)ଉକ୍ତ କାର୍‌ର ମାଲିକ ବୋଲି ଜଣାପଡିଛି। ସେ ଉକ୍ତ ଗଞ୍ଜେଇ ବେଆଇନ ଭାବେ ଗଜପତି ଜିଲା ମୋହନାରୁ ଆଣି ବ୍ରହ୍ମପୁର ଦେଇ ବନାରସ ଚାଲାଣ କରିଥାନ୍ତେ ବୋଲି ପୋଲିସ ଜେରା ବେଳେ ଜାଣିବାକୁ ପାଇଛି। ଅକିଲଙ୍କୁ ଉକ୍ତ ଗଞ୍ଜେଇ ଚୋରା ଚାଲାଣ ରେ ସହଯୋଗ କରୁଥିବା ତାଙ୍କର ସହଯୋଗୀ ଚାନ୍ଦ ମହମ୍ମଦ(୨୦)ଙ୍କୁ ମଧ୍ୟ ଅବକାରୀ ପୋଲିସ ଗିରଫ କରିଛି। ମଙ୍ଗଳବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ଜବତ କାର୍‌ ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି। ଏହି ଚଢାଉରେ ଅବକାରୀ ଗୁଇନ୍ଦା ଡେପୁଟି ସୁପରଟେଣ୍ଡେଣ୍ଟ କୁବେର ସେଠୀ, ଇନ୍ସିପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଗୀତାଞ୍ଜଳି ଦାସ , ଏସ୍‌ଆଇ ସୁଦର୍ଶନ ବିଷୋୟୀ , ବ୍ରଜ ବିହାରୀ ନାୟକ ପ୍ରମୁଖ ସାମିଲ ଥିଲେ।
ଗଞ୍ଜାମ ଜିଲା ଦେଇ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ରୀତିମତ ଭାବେ ଚାଲାଣ ହେଉଛି। ଗଜପତି ଓ କନ୍ଧମାଳରୁ ବେଆଇନ ଭାବେ ଏହି ଗଞ୍ଜେଇ ବେଆଇନ ଭାବେ ଚୋରା ଚାଲାଣ ହୋଇଥାଏ। ଏହି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଅବକାରୀ ଗୁଇନ୍ଦା ବିଭାଗ (ଦକ୍ଷିଣାଞ୍ଚଳ) ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶରେ ଅବକାରୀ ଗୁଇନ୍ଦା ଟିମ୍‌ ସୋମବାର ବିଳମ୍ବିତ ରାତିରେ କୁକୁ ନିକଟରେ ବ୍ଲକିଂ ଓ ଚେକିଂ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ...

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଆହତ

ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ...

ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ୱର,୧୧।୩: ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ...

ଦ୍ୱିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା କଲେ ବାପା

ନୟାଗଡ଼,୧୧ା୩(ଲୋକନାଥ ମିଶ୍ର):ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ପ୍ରାୟ ୩ ବର୍ଷ ତଳେ ସ୍ତ୍ରୀ ଆମତ୍ହତ୍ୟା କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅନ୍ୟତ୍ର...

ମହିଳା ସୁରକ୍ଷା ନାଁରେ ସରକାର ଭୁଆଁ ବୁଲାଉଛନ୍ତି ଜିଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

ନୂଆପଡ଼ା,୧୦ା୩ (ମକାରୁ ବେମାଲ): ରାଜ୍ୟରେ ଏସ୍‌ସି,ଏସ୍‌ଟି, ଓବିସି ମହିଳା ଓ ନାବାଳିକାଙ୍କ ଉପରେ ଅପରାଧ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri