ଜଳେଶ୍ୱର,୧୧।୮(ଡି.ଏନ.ଏ.): ପଞ୍ଚାୟତରେ ପିଇବାପାଣି, ସ୍ବଚ୍ଛତା, ଆଲୋକୀକରଣ, ରାସ୍ତା ନିର୍ମାଣ ଭଳି ଉନ୍ନତି ମୂଳକ କାର୍ଯ୍ୟ ଲାଗି ଆସିଥିଲା ୮୦,୭୪,୭୯୪ ଟଙ୍କା। କିନ୍ତୁ ଏହାକୁ ଖର୍ଚ୍ଚ କରିପାରିଲେ ନାହିଁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମାକିଡିଆ ପଞ୍ଚାୟତ ସରପଞ୍ଚ ବଳରାମ ବର୍ଷାଳ। ଏଥିଯୋଗୁ ତାଙ୍କୁ ସସ୍ପେଣ୍ଡ କରାଯାଇଛି। ପଞ୍ଚାୟତ ଆଇନର ୧୯୬୪ ଧାରା ୧୯ ଅନୁଯାୟୀ ଜିଲା ପଞ୍ଚାୟତ ଅଫିସ୍(ଚିଠି ନଂ. ୧୩୫୧)ରେ ଏହି ପଦକ୍ଷେପ ନେଇଛି।