ବରଗଡ଼ରୁ ୮୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ୫ ଶିଶୁ ଆକ୍ରାନ୍ତ

ବରଗଡ଼ ଅଫିସ, ୧୭।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ଜିଲାରେ ପୁଣି ୮୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣ ମହିଳା ଓ ୫୦ ଜଣ ପୁରୁଷ ଅଛନ୍ତି। ସେହିପରି ନୂଆ ଆକ୍ରାନ୍ତ ମଧ୍ୟରେ ୫ଜଣ ଶିଶୁ ରହିଛନ୍ତି। ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯୨୦ରେ ପହଞ୍ଚିଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣକର ମୃତ୍ୟୁ ହୋଇଥିବା ବେଳେ ୭୧୪୧ ଜଣ ସୁସ୍ଥ ଅଛନ୍ତି। ଅନ୍ୟ ଆକ୍ରାନ୍ତମାନେ ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ହୋମ୍‌ଆଇସୋଲେଶନରେ ରହି ଚିକିତ୍ସାଧୀନ ଅଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।