Categories: ଜାତୀୟ

ହିନ୍ଦକୁଶ ଗ୍ୟାସିୟରରୁ ତରଳିଯିବ ୮୦ପ୍ରତିଶତ ବରଫ

ନୂଆଦିଲ୍ଲୀ,୨୦।୮: ଜଳବାୟୁ ପରିବର୍ତ୍ତନ ହେତୁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଶତାଦ୍ଦୀର ଶେଷ ସୁଦ୍ଧା ହିନ୍ଦୁକୁଶ ହିମାଳୟର ଥିବା ଗ୍ଲାସିୟରରୁ ପ୍ରାୟ ୮୦ପ୍ରତିଶତ ବରଫ ତରଳି ଯିବ। ଏହା ଭାରତ ସମେତ ଦକ୍ଷିଣ ଏସିଆର ଅନେକ ଅଞ୍ଚଳରେ ସାଂଘାତିକ ପ୍ରଭାବ ପକାଇବ।

୮୦୦ କିଲୋମିଟର ଲମ୍ବା ପର୍ବତ ସୀମା ଯାହା ଆଫଗାନିସ୍ତାନର ମଧ୍ୟଭାଗରୁ ଉତ୍ତର ପାକିସ୍ଥାନ ଏବଂ ତାଜିକିସ୍ତାନ ପର୍ଯ୍ୟନ୍ତ ବ୍ୟାପିଥିବାବେଳେ ଆଫଗାନିସ୍ତାନରୁ ମିଆଁମାର ପର୍ଯ୍ୟନ୍ତ ଆଠଟି ଦେଶର ସୀମାକୁ ଛୁଇଁଥିବା ପର୍ବତ ହେଉଛି ହିନ୍ଦକୁଶ। ଇଣ୍ଟରନାଶନାଲ ସେଣ୍ଟର ଫର ଇଣ୍ଟିଗ୍ରେଟେଡ ମାଉଣ୍ଟେନ ଡେଭଲପମେଣ୍ଟ (ଆଇସିଏମଏଡ) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବରଫ ତରଳିବା ଦ୍ୱାରା ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ବୃଦ୍ଧି ପାଇବ ଏବଂ ଜଳ ସଙ୍କଟ ଆହୁରି ଗଭୀର ହେବ। ହିନ୍ଦୁକୁଶର ସମଗ୍ର ପାର୍ବତ୍ୟ ଇକୋସିଷ୍ଟମକୁ କ୍ଷତି ସହିବାକୁ ପଡିବ, ଯାହା ପୂର୍ବପେକ୍ଷା ଅତ୍ୟନ୍ତ ସମ୍ବେଦନଶୀଳ।

Share