ସମ୍ବଲପୁର,୧୨।୮: ସମ୍ବଲପୁର ଜିଲା ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ ଝାଡ଼ା ବାନ୍ତିରେ ପ୍ରାୟ ୮୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ପିଲାମାନେ ହଷ୍ଟେଲରେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଶୁକ୍ରବାର ସକାଳେ କିଛି ପିଲାଙ୍କୁ ବାନ୍ତି ହୋଇଥିଲା। ଆଉ କିଛି ପିଲାଙ୍କୁ ଝାଡ଼ା ହୋଇଥିଲା। ପ୍ରଥମେ ପିଲାମାନଙ୍କୁ ହଷ୍ଟେଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ପିଲାମାନଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ସ୍କୁଲ ଅଧ୍ୟକ୍ଷ ଡାକ୍ତରୀ ଟିମ୍କୁ ଖବର ଦେଇଥିଲେ। ଡାକ୍ତରୀଟିମ ପହଞ୍ଚି ପିଲାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ଖାଇବାକୁ ଦେଇଥିଲେ। ବତ୍ତମାନ ସୁଦ୍ଧା ସମସ୍ତ ପିଲା ସୁସ୍ଥ ଅନୁଭବ କରିଥିବା ସ୍କୁଲ ପକ୍ଷରୁ ସୂଚନା ଦିଆଯାଇଛି।