ଅଧିକ ଅର୍ଥ ଆଶାରେ ହରାଇଲେ ୮୦ ହଜାର

ଅନୁଗୋଳ ଅଫିସ,୧୬ା୯: ବଅଁରପାଳ ଥାନା କୁଶପଙ୍ଗି ଅଞ୍ଚଳର ଆର୍ଯ୍ୟ ଅସୀମା ନନ୍ଦ(୨୧) ସାଇବର ଠକେଇର ଶିକାର ହୋଇଛନ୍ତି। ଅନ୍‌ଲାଇନ୍‌ରେ ଚାକିରି ଖୋଜିବା ସମୟରେ ୮୦ ହଜାର ଟଙ୍କା ହରାଇଛନ୍ତି। ଏ ନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ ନଂ. ୨୫/୨୨ରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି। ଅଭିଯୋଗ ଅନୁଯାୟୀ, ଗତ ୯ ତାରିଖରେ ଆର୍ଯ୍ୟ ଅସୀମା ମୋବାଇଲରେ ଅନ୍‌ଲାଇନରେ ଚାକିରି ସର୍ଚ୍ଚ କରୁଥିବାବେଳେ ଠକ ହାବୁଡ଼ରେ ପଡ଼ିଥିଲେ। ଠକଙ୍କ କଥା ଅନୁସାରେ ସେ ଆକାଉଣ୍ଟରୁ ପ୍ରଥମେ ୫୩୦ ଟଙ୍କା ଦେଇଥିଲେ। ଏହାପରେ ତାଙ୍କ ଆକାଉଣ୍ଟକୁ ୭୨୦ ଟଙ୍କା ଆସିଥିଲା। ତେଣୁ ଅଧିକ ଅର୍ଥ ପାଇବା ଆଶାରେ ସେ ୮୦ ହଜାର ୬୯୫ ଟଙ୍କା ଦେବା ପରେ ଆଉ ଟଙ୍କା ଫେରି ପାଇ ନ ଥିଲେ। ତେଣୁ ଠକ ହାବୁଡ଼ରେ ପଡ଼ିଥିବା ଜାଣ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Share