ଘର ତାଲା ଭାଙ୍ଗି ଲୁଟିନେଲ ୮୦ ହଜାର ଟଙ୍କା: ସପ୍ତାହେ ନ ପୁରୁଣୁ ସମାନ ଢଙ୍ଗରେ ୩ ଚୋରି

ପାଟଣା,୨।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଏବଂ ତୁରୁମୁଙ୍ଗା ଥାନା ଅଞ୍ଚଳରେ ସପ୍ତାହେ ନ ପୁରୁଣୁ ଘରେ କେହି ନ ଥିବା ବେଳେ ୩ଟି ଚୋରି ସମାନ ଢଙ୍ଗରେ ହୋଇଛି। ଫଳରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରା ଗ୍ୟାଙ୍ଗ ଗୋଟିଏ ପରେ ଗୋଟେ ଚୋରି କରିବାରେ ସଫଳ ହେଉଛନ୍ତି। କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ପୁଟୁଳିଆ ଗ୍ରାମରେ ଭଡା ନେଇ ରହୁଥିବା ଜଣେ ବ୍ୟବସାୟୀଙ୍କ ଘର ଗେଟ ତାଲା ଭାଙ୍ଗି କେତେକ ଦୁର୍ବୃତ୍ତ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ମଧ୍ୟପ୍ରଦେଶ ନିମଚ ଜିଲା ରଣ୍ଟଗୋ ଥାନା ଆଲୋରୀଘୱାଡ଼ା ଗ୍ରାମର ରାକେଶ କୁମାର ଚରଣ ପାଟଣା ଥାନା ପୁଟୁଳିଆ ଗ୍ରାମର ବିରବର ମହାନ୍ତଙ୍କ ଘର ଭଡା ନେଇ ୧୨ ବର୍ଷ ହେଲା ବ୍ୟବସାୟ କରୁଛନ୍ତି। ଶୁକ୍ରବାର ସକାଳେ ରାକେଶ ଘରକୁ ଆସି ଦେଖିଲା ବେଳକୁ ଘର ଗେଟ ତାଲା ଭଙ୍ଗା ହୋଇ ଖୋଲା ରହିଥିଲା। ଏପରିକି ସେ ଘର ଭିତରକୁ ଯାଇ ବ୍ୟାଗରେ ଟଙ୍କା ନ ଥିବା ଦେଖିବାକୁ ପାଇଥିଲେ। ସେତିକିବେଳେ ଘର ସମ୍ମୁଖରେ ଥିବା ଏକ ହୋଣ୍ଡା ସାଇନରେ ଜଣେ ଯୁବକ ଦ୍ରୁତ ଗତିରେ ପାଟଣା ବଜାର ଆଡ଼କୁ ଫେରାଇ ହୋଇଯାଇଥିଲେ। ତେବେ ଟଙ୍କା ବ୍ୟତିତ ଅନ୍ୟ କୌଣସି ସାମଗ୍ରୀ ଚୋରି ହୋଇ ନ ଥିବା ଜଣାପଡ଼ିଛି।

ସମାନ ଢଙ୍ଗରେ ଗତ ସୋମବାର ଏହି ଥାନା ପୀପିଳୀଆ ଗାଁର ଗହ୍ମା ମହାନ୍ତଙ୍କ ଆଲମିରା ଭାଙ୍ଗି ନଗଦ ୪୦ ହଜାର ଟଙ୍କା, ସୁନା ଗହଣା ଚୋରି ହୋଇଥିଲା। ସେହିପରି ତୁରୁମୁଙ୍ଗା ଥାନା ଡେଣୁଆ ଗ୍ରାମର ହୀରା ଲାଲ ମହାନ୍ତଙ୍କ ଘର ତାଲା ଭାଙ୍ଗି ୫୦ ହଜାର ଓ ସୁନା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ଏନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଛି।

ଅନ୍ୟପକ୍ଷେ ରାକେଶ ପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ଏପରିକି ଲୁଟେରାଙ୍କୁ ଧରିବା ନେଇ ଛାନ୍‌ଭିନ ଜାରି ରଖିଛି। ଏନେଇ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନଙ୍କୁ ପଚାରିବାରୁ ଏକ ଲୁଟେରା ଗ୍ୟାଙ୍ଗ ସମ୍ପର୍କରେ ପୋଲିସକୁ ସୂଚନା ମଳିଛି। ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri