ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ପିଏମ୍ କେୟାର୍ସ ଫଣ୍ଡ୍ର କାର୍ଯ୍ୟକାରିତା ଉପରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରଶ୍ନ ଉଠାଇ। ସମ୍ପ୍ରତି ପିଏମ୍ କେୟାର୍ସ ଫଣ୍ଡ୍ ପକ୍ଷରୁ ୮୦ ଟି ଭେଣ୍ଟିଲେଟର ପଞ୍ଜାବର ଫରିଦ୍କୋଟର ଗୁରୁ ଗୋବିନ୍ଦ ସିଂ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା। ତେବେ ସେଗୁଡ଼ିକ କରୋନା ଆକ୍ରାନ୍ତଙ୍କ ସେବାରେ ଲଗାଯାଇ ପାରୁନାହିଁ। ଭେଣ୍ଟିଲେଟରଗୁଡିକ ମଧ୍ୟରୁ ୭୧ ଟି ଅକାମି ହୋଇ ଯାଇଛି। କିଛି ସମୟ କାମ କରିବା ପରେ ଭେଣ୍ଟିଲେଟର ଆପେ ଆପେ ବନ୍ଦ ହୋଇ ଯାଉଥିବା ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ପଠାଯାଇଥିବା ଭେଣ୍ଟିଲେଟରର ଗୁଣବତ୍ତା ଉପରେ ବିଶ୍ୱାସ ହେଉ ନ ଥିବା ଅଭିଯୋଗ ହେଉଛି। ତେଣୁ ରୋଗୀଙ୍କୁ ଏସବୁ ଭେଣ୍ଟିଲେଟର ରଖାଯାଉ ନାହିଁ। ରୋଗୀଙ୍କ ଜୀବନପ୍ରତି ବିପଦ ରହିଥିତ୍ବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଗତବର୍ଷ କେନ୍ଦ୍ର ସରକାର ୨୫୦ଟି ଭେଣ୍ଟିଲେଟର ହହସ୍ପିଟାଲକୁ ଯୋଗାଇ ଦେଇଥିଲେ। ଏଥି ଲାଗି ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।