ଜୀବିତ ଥାଇ ମୃତ୍ୟୁ ଭୋଜନ ଦେଲେ ମହିଳା

ଚଣ୍ଡିଗଡ,୧୬।୫: ହରିୟାଣାର ଫତେହାବାଦ ଜିଲାର ଜଣେ ବୃଦ୍ଧ ମହିଳା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଗଞ୍ଜ-ଚିନ୍ଦଡ ନିବାସୀ ୮୦ ବର୍ଷୀୟା ଚାୱଲି ଦେବୀ ଗୋଶାଳା ପାଇଁ ୨.୫ କୋଟି ଟଙ୍କା ମୂଲ୍ୟର ୧୨଼ ଏକର ଜମି ଦାନ ଦେଇଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କର ଅନ୍ତିମ ଭୋଜନ ଦେଇଥିଲେ। ଏଥିରେ ଗାଁର ଲୋକମାନେ ଅଂଶଗ୍ରହଣ କରିଥିଲେ।
ଚାୱଲି ଦେବୀଙ୍କର କୌଣସି ସନ୍ତାନ ନାହିଁ। ତାଙ୍କ ସ୍ବାମୀ ମଣିରାମ ଢାକାଙ୍କର ୨୧ ଏକର ଜମି ଥିଲା। ସନ୍ତାନ ନ ଥିବାରୁ ସେ ୯ ଏକର ଜମିକୁ ତାଙ୍କ ବଡ ଭାଇର ପୁଅ ନାଁରେ କରିଦେଇଥବଲେ। ଅବଶିଷ୍ଟ ୧୨ ଏକର ଜମି ସମ୍ପର୍କୀୟମାନେ ନିଜେ ନେବା ପରିବର୍ତ୍ତେ ଏହାକୁ ଗୋଶାଳାକୁ ଦାନ କରିବାକୁ ଚାଓ୍ବଲୀ ଦେବୀଙ୍କୁ ପ୍ରେରଣା ଦେଇଥିଲେ। ପରେ ସେ ଆଉ ଅଧିକ ଚିନ୍ତା ନ କରି ଗୋଶାଳା କମିଟି ନାମରେ ୧୨ ଏକର ଜମି ଦେଇଥିଲେ। ଚାୱଲି ଦେବୀ ଏବେ ସମଗ୍ର ଅଞ୍ଚଳ ପାଇଁ ପ୍ରେରଣା ପାଲଟିଛନ୍ତି। ସେ ଏବେ ହିସାରରେ ରହୁଛନ୍ତି। ଚିଦଣ୍ଡ ଗାଁର ଗୋଶାଳାରେ ଏବେ ପ୍ରାୟ ୭୦୦ ଗାଈ ଅଛନ୍ତି।

Share