ମୁମ୍ବାଇ: କରୋନା ମହାମାରୀ ସମୟରେ ଅନେକ ଖବରମାନ ଶୁଣିବାକୁ ମିଳୁଛି। କେତେବେ ରୋଗୀଙ୍କୁ ହସ୍ପିଟାଲରେ ବେଡ୍ ମିଳୁ ନାହିଁ ତ ଆଉ କେତେବେଳେ ଆମ୍ବୁଲାନ୍ସ। ଏବେ ଆଉ ଏକ ଆଶ୍ଚର୍ଯ୍ୟ ଜନକ ଖବରସମ୍ମୁଖକୁ ଆସିଛି । ମୁମ୍ବାଇର ଜଣେ ଆମ୍ବୁଲାନ୍ସ ଡ୍ରାଇଭର କରୋନା ରୋଗୀଙ୍କୁ ମାତ୍ର ୭ କି.ମି. ଦୂରରେ ଥିବା କୋଭିଡ୍ ହସ୍ପିଟାଲରେ ଛାଡିବା ପାଇଁ ୮ ହଜାର ଟଙ୍କା ଚାର୍ଜ କରିଛନ୍ତି। ଏହି ଓଭରଚାର୍ଜିଂକୁ ନେଇ ଉକ୍ତ ଡ୍ରାଇଭରଙ୍କ ନାମରେ ମାମଲା ରୁଜୁ ହୋଇଛି।
ଖବର ଅନୁଯାୟୀ, ରୋଗୀ ଜଣଙ୍କ ନିଜର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କୋଭିଡ୍ ହସ୍ପିଟାଳକୁ ଯାଇଥିଲେ। ରିପୋର୍ଟରୁ ସେ ପଜିଟିଭ ଥିବା ଜଣାପଡ଼ିଥିଲା। ଏହା ପରେ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ଯାହାକି ଉକ୍ତ ସ୍ଥାନରୁ ମାତ୍ର ୭ କିମି ଦୂରରେ ଥିଲା। ଏଥିପାଇଁ ଆମ୍ବୁଲାନ୍ସ ଡ୍ରାଇଭର କରେkାନା ରୋଗୀଙ୍କୁ ୯ ହଜାର ଟଙ୍କା ଚାର୍ଜ କରିଥିଲେ। ଏହି ଖବର ଜଣାପଡ଼ିବା ପରେ ଉକ୍ତ ଆମ୍ବୁଲାନ୍ସକୁ ସିଜ୍ କରାଯିବା ସହ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ଆଣ୍ଡ୍ ମୋଟର ଭେଇକିଲ୍ ଆକ୍ଟ ମାମଲା ରୁଜୁ ହୋଇଛି।