Categories: ଜାତୀୟ

ସୁପ୍ରିମକୋର୍ଟରେ ବିଚାରଧୀନ ଅବସ୍ଥାରେ ପଡି ରହିଛି ୮୦ହଜାର ମାମଲା, ହାଇକୋର୍ଟରେ ଖାଲି ପଡିଛି ୩୨୪ଟି ପଦ

ନୂଆଦିଲ୍ଲୀ,୧୬।୧୨: ଦେଶରେ ଥିବା ବିଭିନ୍ନ କୋର୍ଟରେ ୫କୋଟିରୁ ଅଧିକ ମାମଲା ବିଚାରଧୀନ ଅବସ୍ଥାରେ ଅଛି। ସଂସଦର ଲୋକସଭାରେ ଶୀତକାଳୀନ ଅଧିବେଶନରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏକ ଲିଖିତ ଉତ୍ତର ଦେଇଛନ୍ତି। ତନ୍ମଧ୍ୟରୁ ୮୦ହଜାର ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅବସ୍ଥାରେ ଅଛି। ୫,୦୮,୮୫,୮୫୬ମାମଲାରୁ ଡିସେମ୍ବର ୧ପର୍ଯ୍ୟନ୍ତ ୬୧ଲକ୍ଷରୁ ଅଧିକ ମାମଲା ୨୫ଟି ହାଇକୋର୍ଟରେ ଲମ୍ବିତ ଅଛି।

ମନ୍ତ୍ରୀ ଆହୁରି କହିଛନ୍ତି, ଜିଲା ଓ ତଳ କୋର୍ଟରେ ୪.୪୬କୋଟି ମାମଲା ଲମ୍ବିତ ଅଛି। ସେହିପରି ଭାରତୀୟ ନ୍ୟାୟପାଳିକାରେ ବିଚାରପତିଙ୍କ ମୋଟ ସଂଖ୍ୟା ୨୬ହଜାର ୫୬୮ ରହିଥିବାବେଳେ ସୁପ୍ରିମକୋର୍ଟରେ ୩୪ଜଣ ବିଚାରପତି, ହାଇକୋର୍ଟରେ ୧୧୧୪ ଓ ଜିଲା-ତଳ କୋର୍ଟରେ ଏହି ସଂଖ୍ୟା ୨୫,୪୨୦ ରହିବାର ପ୍ରାବଧାନ ଅଛି। କିନ୍ତୁ ହାଇକୋର୍ଟରେ ଆହୁରି ୨୦୧ଟି ଖାଲି ପଦ ଅଛି। କିଛି କୋର୍ଟର କଲେଜିୟମ ଏନେଇ କୌଣସି ସୁପାରିଶ କରି ନାହାନ୍ତି।
ଏକ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ, ୨୫ଟି ହାଇକୋର୍ଟରେ ୧୧୧୪ଟି ବିଚାରପତିଙ୍କ ପଦରେ ୩୨୪ଟି ପଦ ଖାଲି ରହିଛି।

Share