ବୋଲ ମାନୁନି କରୋନା: ଆଜି ବି ୮ହଜାର ପାର୍‌ କଲା ସଂକ୍ରମିତଙ୍କ ସଂଖ୍ୟା; କେବଳ ଖୋର୍ଦ୍ଧାରୁ ୧,୨୭୫

ଭୁବନେଶ୍ୱର,୨।୫(ବ୍ୟୁରୋ): ରାଜ୍ୟରେ ବେକାବୁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୮୦୧୫ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫୬୮ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୪୪୭ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୬୨,୬୨୨ରେ ପହଞ୍ଚିଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୫୨୫, ବାଲେଶ୍ୱରରୁ ୧୦୦, ବରଗଡ଼ରୁ ୩୯୦, ଭଦ୍ରକରୁ ୧୪୫, ବଲାଙ୍ଗୀରରୁ ୧୯୮, ବୌଦ୍ଧରୁ ୧୦୩, କଟକରୁ ୪୮୨, ଦେବଗଡ଼ରୁ ୧୦୧, ଢ଼େଙ୍କାନାଳରୁ ୮୬, ଗଜପତିରୁ ୧୨୦, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୧୪୯, ଯାଜପୁରରୁ ୧୯୪, ଝାରସୁଗୁଡ଼ାରୁ ୩୮୬, କଳାହାଣ୍ଡିରୁ ୧୭୪, କନ୍ଧମାଳରୁ ୬୧, କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୭୫,କୋରାପୁଟରୁ ୧୨୭, ମାଲକାନଗିରିରୁ ୩୬, ମୟୂରଭଞ୍ଜରୁ ୧୯୯, ନବରଙ୍ଗପୁରରୁ ୩୨୦, ନୟାଗଡ଼ରୁ ୧୮୭, ନୂଆପଡ଼ାରୁ ୨୬୪, ପୁରୀରୁ ୩୦୬, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୪୪୧, ସୋନପୁରରୁ ୨୦୭, ସୁନ୍ଦରଗଡ଼ରୁ ୭୩୫ ଏବଂ ଷ୍ଟେଟ୍‌ ପୁଲରୁ ୨୩୬ଜଣ ଅଛନ୍ତି। ତେବେ ପଜିଟିଭ୍‌ଙ୍କ ମଧ୍ୟରୁ ୩,୯୧,୦୪୮ଜଣ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୬,୯୪,୫୩ ଆକ୍ଟିଭ୍‌ କେସ୍‌ ରହିଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share