ଶିଳ୍ପ, ଖଣି ସଂସ୍ଥାରେ ୮,୦୬୦ କୋଟିର ଜଳକର ବାକି

ଯାଜପୁର,୨୮ା୭ (ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ୨୦୨୦-୨୧ରୁ ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ୨୨୩ଟି ଶିଳ୍ପସଂସ୍ଥାରେ ୭୨୬୨.୪୨୪ କୋଟି ଟଙ୍କା ଏବଂ ୫୫ଟି ଖଣିସଂସ୍ଥା ଉପରେ ୭୯୭.୭୨ କୋଟି ଟଙ୍କା ଜଳକର ବକେୟା ପଡ଼ିଛି। ଚଳିତ ବିଧାନସଭାର ତାରକା ପ୍ରଶ୍ନ ସଂଖ୍ୟା ୨୬୨କୁ ଆଧାର କରି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଗତ ୨୫ ତାରିଖରେ ଦେଇଥିବା ଉତ୍ତର ଅନୁଯାୟୀ ୨୦୨୪ ମାର୍ଚ୍ଚ ସୁଦ୍ଧା ମାତ୍ର ୮୫୯.୦୨ କୋଟି ଟଙ୍କା ଆଦାୟ ହୋଇଛି ଏବଂ ମୋଟ ୮,୦୬୦ କୋଟିର ଜଳକର ବାକି ରହିଛି। ଜଳକର ବକେୟା ସମସ୍ୟାର ଏକକାଳୀନ ସମାଧାନ କରିବାକୁ ଯାଇ ରାଜ୍ୟ ସରକାର କେତେକ ଶିଳ୍ପସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ କରି ଜଳକର ଛାଡ଼ କରିଥିଲେ। ୨୦୧୫ ନଭେମ୍ବରରେ ରାଜ୍ୟ ସରକାର ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ(ଇଡ୍‌କୋ)କୁ ୫୬ କୋଟି ୪ ଲକ୍ଷ ଟଙ୍କା ଜଳକର ଛାଡ଼ କରିଥିଲେ। ଏହାସତ୍ତ୍ୱେ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପସଂସ୍ଥାଗୁଡିକୁ ଜଳଯୋଗାଣ କରୁଥିବା ଇଡ୍‌କୋ ପାଖରେ ଏବେବି ୬୨ କୋଟି ୪୫ ଲକ୍ଷ ୧୫ ହଜାର ଟଙ୍କା ଜଳକର ବାକି ପଡ଼ିଛି। ୨୦୨୦ ସେପ୍ଟେମ୍ବରରୁ ଜଳ ସମ୍ପଦ ବିଭାଗ ପକ୍ଷରୁ ବକେୟା ଜଳକର ଆଦାୟ ଉଦ୍ୟମ କରାଯାଉଥିଲେ ହେଁ ସଫଳତା ମିଳୁପାରୁନାହିଁ।

ରାଜ୍ୟର ବିଭିନ୍ନ ନଦୀନାଳରୁ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ମାଧ୍ୟମରେ ଅନେକ ହଜାର କ୍ୟୁସେକ ପାଣି ଶିଳ୍ପସଂସ୍ଥାଗୁଡ଼ିକୁ ବିକ୍ରି କରାଯାଉଛି। ଇଡ୍‌କୋ ଜଳ ସମ୍ପଦ ବିଭାଗ ସହିତ ଚୁକ୍ତି କରି ପ୍ରାୟ ୨୫ ବର୍ଷ ହେଲା ବ୍ରାହ୍ମଣୀରୁ ପାଣି ନେଇ କଳିଙ୍ଗନଗରର ଶିଳ୍ପସଂସ୍ଥାଗୁଡ଼ିକୁ ଯୋଗାଇବା ସହ ମାସିକ ଭାବେ ଜଳକର ଆଦାୟ କରୁଛି। କିନ୍ତୁ କେଉଁ ପରିସ୍ଥିତିରେ ସରକାରଙ୍କୁ ଜଳକର ଦେବାରେ ଇଡ୍‌କୋ ଏବଂ ଅନ୍ୟ ଶିଳ୍ପସଂସ୍ଥା ପଛଘୁଞ୍ଚା ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସର୍ବୋଚ୍ଚ ଯନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ରାଜ୍ୟର ୪୦ରୁ ଉର୍ଦ୍ଧ୍ୱ ଶିଳ୍ପ ଓ ଖଣି ସଂସ୍ଥା ସର୍ବାଧିକ ପରିମାଣ ଜଳକର ବକେୟା ରଖିଛନ୍ତି। ସେଗୁଡ଼ିକ ମଧ୍ୟରେ ତାଳଚେର ବିନ୍ଦାଲ ସ୍ପଞ୍ଜ ଆଇରନ ୧୧.୪୬ କୋଟି, ଚାଇଁପାଳ ଏନ୍‌ଟିପିସି ୧୩୮.୧୬ କୋଟି, ଯୋଡ଼ା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ୧୯.୮୯ କୋଟି, ରାଠି ଷ୍ଟିଲ ଆଣ୍ଡ ପାଓ୍ବାର ୭୮.୧୮ କୋଟି, ମାହେଶ୍ୱରୀ ଇସ୍ପାତ ଲିଃ ୧୩୦.୯୮ କୋଟି, ପାରାଦୀପ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ଲିଃ ୬୬.୬୨ କୋଟି, ସମ୍ବଲପୁର ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ୨୬୯.୨୪ କୋଟି, ବ୍ରଜରାଜନଗର ଓରିଏଣ୍ଟ ପେପର ମିଲ୍‌ ୨୧୧.୮୯ କୋଟି, ଏନ୍‌ଏଲ୍‌ସି ଇଣ୍ଡିଆ ଲିଃ ୧୦.୭୦ କୋଟି, ଟାଟା ଷ୍ଟିଲ ବିଏସ୍‌ଏଲ୍‌ ଲିଃ ୧୪୫.୯୧ କୋଟି, ଖୁଣ୍ଟୁଣି ବିଆର୍‌ଜି ଆଇରନ ଆଣ୍ଡ ଷ୍ଟିଲ ୩୨.୪୭ କୋଟି, ଢେଙ୍କାନାଳ ଉତ୍କଳ ଆଜବେଷ୍ଟସ ୧୧.୫୬ କୋଟି, କଳିଙ୍ଗନଗର ଟାଟା ଷ୍ଟିଲ ୫୦.୪୬ କୋଟି, ସୁନ୍ଦରଗଡ଼ ଆଧୁନିକ ମେଟାଲିକ୍ସ ୧୬୦.୨୪ କୋଟି, ଅନୁଗୋଳ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ୨୦୪.୭୭ କୋଟି, ଆସ୍କା କୋପରେଟିଭ ସୁଗର ଫ୍ୟାକ୍ଟ୍ରି ୩୭.୩୧ କୋଟି, ରାୟଗଡା ଜେ.କେ. କର୍ପୋରେଶନ ଲିଃ ୨୩୯.୦୮ କୋଟି, ଚୌଦ୍ୱାର ବଲ୍ଲାରପୁର ଇଣ୍ଡଷ୍ଟ୍ରିଜ୍‌ ୧୧୪୯.୦୯ କୋଟି, ଓଡ଼ିଶା ପାଓ୍ବାର କନ୍‌ସୋର୍ଟିୟମ ୭୦୨.୫୪ କୋଟି, ଘଣ୍ଟିଖାଲ ଆରତି ଷ୍ଟିଲ ୨୩୫.୧୬ କୋଟି, ସମ୍ବଲପୁର ଭୂଷଣ ପାଓ୍ବାର ଆଣ୍ଡ୍‌ ଷ୍ଟିଲ୍‌ ଲିଃ ୧୯୨.୪୮ କୋଟି, ବେଲପାହାଡ଼ ଟାଟା ରେଫ୍ରାକ୍ଟୋରିଜ ଲିଃ ୧୬୭.୮୨ କୋଟି, ସମ୍ବଲପୁର ବିରାଜ ଷ୍ଟିଲ ଆଣ୍ଡ ଏନର୍ଜି ୭୭.୫୯ କୋଟି, ଢେଙ୍କାନାଳ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୨୮.୭୧ କୋଟି, ଜୟପୁର ସେବା ପେପର ମିଲ୍‌ ୨୧୯୮.୮୬ କୋଟି, ଓରିଏଣ୍ଟ ପେପର ମିଲ୍‌ ୨୧୧.୮୯ କୋଟି ଟଙ୍କା ଜଳକର ବକେୟା ରଖିଛନ୍ତି।
ଖଣି ସଂସ୍ଥାଗୁଡିକ ମଧ୍ୟରେ ତାଲଚେର ଲିଙ୍ଗରାଜ ଓସିପି ଏମ୍‌ସିଏଲ୍‌ ୧୩୬.୬୫ କୋଟି, ଭରତପୁର ଓସିପି ୭୮.୪୦ କୋଟି, ଭୁବନେଶ୍ୱରୀ ଓସିପି ୩୦.୦୧ କୋଟି, ଅନନ୍ତ ଓସିପି ୨୬.୫୭ କୋଟି, ଜଗନ୍ନାଥ କୋଲିଆରି ୩୨.୧୩ କୋଟି, ହିଙ୍ଗୁଳା ଓସିପି ୧୭.୨୮ କୋଟି, ବଳରାମପୁର ଓସିପି ୧୮.୪୬ କୋଟି, ତାଲଚେର କୋଲିଆରି ୨୧.୬୦ କୋଟି, ନନ୍ଦିରା କୋଲିଆରି ୩୭.୨୧ କୋଟି, ଓରିଏଣ୍ଟ ଓରିଅରି ୩୬.୦୫ କୋଟି, ଟିପିଏସଏଲ ଲିଃ ୨୭.୪୯ କୋଟି, ବନହରିପାଲ ଆଇଟିପିଏସ୍‌ ୨୮.୦୩ କୋଟି, ଯୋଡ଼ା ଟାଟା ଷ୍ଟିଲ୍‌ ମାଇନ୍ସ ଡିଭିଜନ ୨୨୩.୫୫ କୋଟି, ସୁନ୍ଦରଗଡ଼ ଏମସିଏଲ୍‌ ୧୪.୭୦ କୋଟି ଟଙ୍କା ଜଳକର ବକେୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri