Categories: ଜାତୀୟ

୮୧ ଚାଇନା ନାଗରିକଙ୍କୁ ଭାରତ ଛାଡ଼ିବାକୁ ଦିଆଯାଇଛି ନୋଟିସ୍‌

ନୂଆଦିଲ୍ଲୀ,୨।୮: ସଂସଦର ଚାଲିଥିବା ମୌସୁମୀ ଅଧିବେଶନ ସମୟରେ ମଙ୍ଗଳାବର ଲୋକ ସଭାରେ ଭାରତ ଆସିଥିବା ଚାଇନା ନାଗରିକଙ୍କ ବିଷୟରେ ସରକାର ସୂଚନା ଦେଇଛନ୍ତି। ଗତ ୨ବର୍ଷ ମଧ୍ୟରେ ୮୧ ଜଣ ଚାଇନା ନାଗରିକଙ୍କୁ ଭାରତ ଛାଡିବାକୁ ନୋଟିସ ଦିଆଯାଇଛି ବୋଲି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି। ଏଥିସହ ଭିସା ସର୍ତ୍ତ, ଅନ୍ୟାନ୍ୟ ବେଆଇନ କାର୍ଯ୍ୟ ଉଲ୍ଲଂଘନ କରିବା ଅଭିଯୋଗରେ ୨୦୧୯ରୁ ୨୦୨୧ ମଧ୍ୟରେ ଚାଇନାର ଆଉ ୧୧୭ଜଣ ଲୋକଙ୍କୁ ଦେଶରୁ ବିତାଡିତ କରାଯାଇଛି। ଭିସା ସର୍ତ୍ତ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ ଉଲ୍ଲଂଘନ ପାଇଁ ୭୨୬ ଚାଇନା ନାଗରିକଙ୍କୁ ‘ପ୍ରତିକୂଳ ତାଲିକାରେ’ ରଖାଯାଇଛି ବୋଲି କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି।

Share