ମୃତ୍ୟୁର ୭ ଘଣ୍ଟା ପରେ ଫ୍ରିଜ୍‌ରୁ ବାହାରି ଆସିଲେ ବୃଦ୍ଧା: ତାପରେ କ’ ଣ ହେଲା…

ମୃତ୍ୟୁର ୭ ଘଣ୍ଟା ପରେ ଫ୍ରିଜ୍‌ରୁ ବାହାରି ଆସିଲେ ବୃଦ୍ଧା: ତାପରେ କ’ ଣ ହେଲା…
ମସ୍କୋ: ନିଶ୍ୱାସ ଚାଲିଥାଏ ପର୍ଯ୍ୟନ୍ତ ବ୍ୟକ୍ତି ଜୀବିତ ଥାଏ। ଥରେ ନିଶ୍ୱାସ ବନ୍ଦ ହେଲେ ତା’ର ଅସ୍ତିତ୍ୱ ଶେଷ ହୋଇଯାଏ। ମାତ୍ର ମୃତ୍ୟୁ ମୁଖରୁ ଫେରିଆସୁଥିବା ଲୋକଙ୍କ ବିଷୟରେ ଅନେକ ଥର ଶୁଣିବାକୁ ମିଳିଛି। ଏବେ ସେମିତି କିଛି ଘଟିଛି ରୁଷିଆରେ।
୮୧ ବର୍ଷୀୟା ଜିନେଦା କୋନୋନୋଭା। ତାଙ୍କର ପେଟ ଜନିତ ସମସ୍ୟା ହେବାରୁ ଅଗଷ୍ଟ ୧୪ରେ ନିକଟସ୍ଥ ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଲେ। ରାତି ପ୍ରାୟ ୧ଟାରେ ତାଙ୍କ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ଫ୍ରିଜରେ ରଖାଗଲା। ପରଦିନ ଅର୍ଥାତ୍‌ ୧୫ ତାରିଖ ସକାଳେ ଯେତେବେଳେ ହସ୍ପିଟାଲର ଜଣେ କର୍ମଚାରୀ ଉକ୍ତ ଗୃହକୁ ଯାଇଥିଲେ ଜିନେଦାଙ୍କ ମୃତଦେହ ଚଟାଣରେ ପଡିଥିବା ବେଳେ ଫ୍ରିଜ୍‌ ଖୋଲାଥିଲା ଦେଖିବାକୁ ପାଇଥିଲେ। କର୍ମଚାରୀଜଣଙ୍କ ତାଙ୍କ ନିକଟକୁ ଯିବାରୁ ଜିନେଦା ତାଙ୍କ ଗୋଡକୁ ଧରିପକାଇଥିଲେ। ଫଳରେ ସେ ଭୟଭୀତ ହୋଇପଡ଼ି ଚିତ୍କାର କରିଥିଲେ। ବାହାରକୁ ଆସି ମୃତ ବୃଦ୍ଧା ଜୀବିତ ହୋଇଯାଇଥିବା ସମସ୍ତଙ୍କୁ କହିଥିଲେ। କେହି ତାଙ୍କ କଥାକୁ ବିଶ୍ୱାସ କରି ନ ଥିଲେ। କିଛି ସମୟ ପରେ ଅନ୍ୟ କର୍ମଚାରୀ ଓ ଡାକ୍ତରମାନେ ଉକ୍ତ ଗୃହକୁ ଯିବାରୁ ଜିନେଦା ସେମାନଙ୍କୁ ସାହାଯ୍ୟ ମାଗିଥିଲେ। ତାରୁନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଗଲା। ପରେ ସେ ଜୀବିତ ଥିବା ଜଣାପଡିଲା। ଏ ନେଇ ଡାକ୍ତର କୁହନ୍ତି, ଅସ୍ତ୍ରୋପଚାର ସମୟରେ ଜିନେଦାଙ୍କ ମୃତ୍ୟୁ ଘଟିଥିଲା। ୧୫ ମିନିଟ ପରେ ତାଙ୍କର ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦିଆଯାଇଥିଲା। ଏବେ ସେ ଅନ୍ୟ ଦୁନିଆକୁ ଯାଇ ଫେରିଆସିଥିବା ଡାକ୍ତର କହିଛନ୍ତି। ଜିନେଦାଙ୍କର ଏବେ କିଛି ମନେ ନ ଥିବା ତାଙ୍କ ଭାଣେଜୀ କହିଛନ୍ତି।

Share