ପାଇପ୍‌ ପାଣିରୁ ୮୨% ଗ୍ରାମବାସୀ ବଞ୍ଚିତ

ଯାଜପୁର ଅଫିସ,୪ା୩: ବିକାଶରେ ଯାଜପୁର ଜିଲା ବେଶ ଅଗ୍ରଣୀ ବୋଲି ନେତା ଓ ମନ୍ତ୍ରୀ ଉଦ୍‌ବୋଧନ ଦେଉଛନ୍ତି ା ମାତ୍ର ଜିଲାର ୮୨ ପ୍ରତିଶତ ଗ୍ରାମକୁ ପାଇପ୍‌ ଜଳଯୋଗାଣ ଅପହଞ୍ଚ ରହିଛି ବୋଲି ସରକାରୀ ତଥ୍ୟ କହୁଛି ା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଜିଲାର ସମୁଦାୟ ୧୫୯୭ ରାଜସ୍ବ ଗ୍ରାମ ମଧ୍ୟରୁ ୨୯୩ଟି ଗ୍ରାମ ପଞ୍ଚାୟତରେ ଆଂଶିକ ଭାବେ ସିଙ୍ଗଲ ଭିଲେଜ ସ୍କିମ ଦ୍ୱାରା ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ସମସ୍ତ ପ୍ରକଳ୍ପ ସଚଳ ଅଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ହେଲେ ବାସ୍ତବରେ ଶତାଧିକ ପ୍ରକଳ୍ପ ଗ୍ରାମବାସୀଙ୍କ ଆବଶ୍ୟକତାକୁ ଏଯାଏ ପୂରଣ କରି ପାରିନାହିଁ। ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଥିବାରୁ ସ୍ବଚ୍ଛ ପାଣି ଟିକକ ପାଇଁ ପୁଣି ଲୋକେ ଡହଳବିକଳ ହେବା ନିଶ୍ଚିତ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ୨୫୭ ଗ୍ରାମ ପଞ୍ଚାୟତ ପାଇଁ ୭ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଛି ବୋଲି ବିଭାଗ ପକ୍ଷରୁ କୁହାଯାଉଛି। ହେଲେ ସମସ୍ତ ମେଗା ପ୍ରକଳ୍ପ ଅଣଓଡିଆ ଠିକାସଂସ୍ଥା ଦ୍ୱାରା ନିର୍ମାଣାଧୀନ ଥିବାରୁ କେବେ ତାହା ସରିବ ତାହା ସ୍ପଷ୍ଟ ହୋଇନାହିଁ ା
ଯାଜପୁର ଜିଲାର ୧୦ ବ୍ଲକରେ ୧୫୯୭ଟି ରାଜସ୍ବ ଗ୍ରାମରେ ୩,୭୮,୬୪୫ ପରିବାର ବାସ କରୁଛନ୍ତି ା ୨୦୦୬ରୁ ରାଜ୍ୟରେ ପାନୀୟ ଜଳଯୋଗାଣ ବିଭାଗ ପଞ୍ଚାୟତ ବିଭାଗ ଅଧୀନରେ ଥିଲାବେଳେ ଗତ ପ୍ରାୟ ୪ ବର୍ଷ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନକୁ ଆସିଛି। ହେଲେ ଗ୍ରାମ୍ୟ ଜଳଯୋଗାଣ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ୨୦୧୭ରୁ ଜିଲାର ଖଣି ଅଞ୍ଚଳରେ ଏନ୍‌ସିସି ଠିକାସଂସ୍ଥା ଦ୍ୱାରା ମେଗା ଜଳଯୋଗାଣ ପ୍ରକଳ୍ପ ଚାଲିଛି। ହେଲେ ଏଯାଏ ନିର୍ଦ୍ଧାରିତ ଗ୍ରାମଗୁଡିକୁ ସ୍ବଚ୍ଛ ପାଣି ପହଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି। ଏହାବାଦ୍‌ ବଡ଼ଚଣା, ଧର୍ମଶାଳା, ରସୁଲପୁର, ଦଶରଥପୁର ଓ ବିଞ୍ଝାରପୁର ବ୍ଲକ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଚାଲିଛି। ସେହିପରି ବଡ଼ଚଣା ଓ ଧର୍ମଶାଳା ବ୍ଲକର ୨୪୭ ଗ୍ରାମବାସୀ ଏବଂ ଦଶରଥପୁର ବ୍ଲକର ୩୫ ପଞ୍ଚାୟତବାସୀଙ୍କ ପାଇଁ ୨ଟି ମେଗା ପ୍ରକଳ୍ପ ୨୦୧୯-୨୦ରୁ ଆରମ୍ଭ ହୋଇଛି। ଏହି ୨ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମେଘା ଇଞ୍ଜିନିୟର ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏହିସବୁ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ପୂର୍ବରୁ ସମ୍ପୃକ୍ତ ଅଣଓଡ଼ିଆ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ବିଭାଗୀୟ ତାଗିଦା ମଧ୍ୟ କରାଯାଇଛି। ରାଜ୍ୟରେ ଥିବା ଠିକାସଂସ୍ଥାଗୁଡିକୁ ଅଯୋଗ୍ୟ ବିବେଚନା କରି ବାହାର ରାଜ୍ୟର ଠିକାସଂସ୍ଥାକୁ କାମ ଦେବା ଲାଗି ଜାଣିଶୁଣି ଜଟିଳ ସର୍ତ୍ତ ରଖାଯାଇଥିଲା। ତେଣୁ କେହି ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ନ ଥିଲେ ବୋଲି ଜଣେ ଠିକାଦାର କହିଛନ୍ତି। ଉକ୍ତ ଟେଣ୍ଡରରେ ସର୍ତ୍ତ ଥିଲା ଯେ, ପ୍ରକଳ୍ପ ଅଟକଳ ମୂଲ୍ୟର ଶତକଡା ୮୦ ଭାଗ ମୂଲ୍ୟ ବିଶିଷ୍ଟ ସମାନ ଧରଣର ଜଳଯୋଗାଣ ପ୍ରକଳ୍ପ ସମ୍ପାଦନ କରିଥିବା ଆବଶ୍ୟକ କିମ୍ବା ପ୍ରକଳ୍ପର ଅଟକଳ ମୂଲ୍ୟର ଶତକଡା ୫୦ ଭାଗ ମୂଲ୍ୟ ବିଶିଷ୍ଟ ସମାନ ଧରଣର ୨ଟି ପ୍ରକଳ୍ପ କରିଥିବା ଆବଶ୍ୟକ। ତେବେ ରାଜ୍ୟରେ ଏଭଳି ପ୍ରକଳ୍ପ ପୂର୍ବରୁ କେବେ ହୋଇ ନ ଥିବାରୁ ସେଭଳି ଠିକାଦାର ମିଳିବା ଅସମ୍ଭବ ଥିଲା। ତେଣୁ ଏହାର ସୁଯୋଗରେ ଅଣଓଡ଼ିଆ ଠିକାସଂସ୍ଥାଗୁଡିକୁ କାର୍ଯ୍ୟଦେଶ ଦିଆଯାଇଥିଲା। ହେଲେ ଉକ୍ତ ମେଗା ଜଳଯୋଗାଣ ପ୍ରକଳ୍ପଗୁଡିକରେ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରି କୋଟି କୋଟି ଟଙ୍କା ହରିଲୁଟ କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ତେଣୁ ଚଳିତ ଖରା ମାସ ମଧ୍ୟରେ ଅନ୍ୟ କୌଣସି ମେଗା ଜଳଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଅସମ୍ଭବ ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷେ ସିଙ୍ଗଲ ଭିଲେଜ ସ୍କିମରେ ନିର୍ମାଣ ହୋଇଥିବା ଅଧିକାଂଶ ପ୍ରକଳ୍ପ ଦ୍ୱାରା ନିର୍ଦ୍ଧାରିତ ଲୋକ ପାଇପ୍‌ ଜଳ ପାଉ ନାହାନ୍ତି ା ଏଠାରେ କୋରେଇ ବ୍ଲକର ଅଚଳ ଥିବା କଡମା, ଅମୃତିଆ, ଜହ୍ନା, ମକୁନ୍ଦପୁର, ମୂଲାପାଳ, ପାଣିକୋଇଲି, ଅଲତିରି, ଉପୁଲେଇ ପ୍ରକଳ୍ପକୁ ଉଦାହରଣ ଭାବେ ନିଆଯାଇପାରେ। ଗୋଟିଏ ବ୍ଲକରେ ଏତେ ସଂଖ୍ୟକ ପ୍ରକଳ୍ପ ଯଦି ଅଚଳ ହୋଇଛି ତେବେ ଅନ୍ୟ ବ୍ଲକଗୁଡ଼ିକରେ କେତେ ଅଚଳ ପ୍ରକଳ୍ପ ରହିଥିବା ତାହା ସ୍ପଷ୍ଟ ଅନୁମେୟ ବୋଲି କୁହାଯାଉଛି। ଜିଲାର ନିର୍ବାଚିତ ଜନପ୍ରତିନିଧିମାନେ ବିଧାନସଭାରେ କେତେକ ପ୍ରଶ୍ନ କରି ନୀରବି ଯାଉଥିବାରୁ ପାଇପ୍‌ ଜଳଯୋଗାଣ ପ୍ରକଳ୍ପର ପ୍ରକୃତ ଲକ୍ଷ୍ୟ ପରାହତ ହୋଇଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଗୁରୁବାର ସନ୍ଧ୍ୟାରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri