ନୂଆଦିଲ୍ଲୀ,୩୧।୧: କୋଭିଡ-୧୯ ଯୋଗୁ ସରକାର ବିଭିନ୍ନ କଟକଣା ଜାରି କରିଥିଲେ। ବିଶେଷ କରି ଘରୋଇ ସଂସ୍ଥାଗୁଡିକୁ ଓ୍ବାର୍କ ଫର୍ମ ହୋମ ଜରିଆରେ କାର୍ଯ୍ୟ କରିବା ପାଇଁ କୁହାଯାଇଥିଲା। ଫଳରେ ଘରୋଇ କର୍ମଚାରୀଙ୍କ କାର୍ଯ୍ୟ ଜୀବନ ବା ୱାକିଂ ଲାଇଫରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସମୟରେ ମଧ୍ୟ ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଇଛଇ ବୋଲଇ ଏକ ଅଧ୍ୟୟନରୁ ଜଣାପଡ଼ିଛି। କୋଭିଡ ଯୋଗୁ ୱାର୍କ ଫ୍ରମ ହୋମ କଲଚର ଏବେ ଏତେ ଲୋକପ୍ରିୟ ହୋଇଯାଇଛି ଯେ କର୍ମଚାରୀମାନେ ଆଉ ଅଫିସକୁ ଯିବା ପାଇଁ ଚାହୁଁନାହାନ୍ତି ବୋଲି ରୋଜଗାର ସମ୍ବନ୍ଧୀୟ ୱେବସାଇଟ ସାଇକିର ଟେକ ଟ୍ୟାଲେଣ୍ଟ ଆଉଟଲୁକଙ୍କ ରିପୋର୍ଟ ଅନୁସାରେ ମହାମରୀ ଲାଗି ପ୍ରଥମେ କର୍ମଚାରୀଙ୍କ ଉପରେ ୱାର୍କ ଫ୍ରମ ହୋମ ପରମ୍ପରା ଲଦି ଦିଆଯାଇଥିଲା କିନ୍ତୁ ଦୁଇବର୍ଷ ପରେ ଏହା ଏକ ଧାରରେ ପରିଣତ ହୋଇଯାଇଛି। ବର୍ତ୍ତମାନ ୮୨% ଲୋକେ ଆଉ ଅଫିସ ଆସିବାକୁ ଚାହୁଁନାହାନ୍ତି ବରଂ ସେମାନେ ଘରୁ ଥାଇ କାର୍ଯ୍ୟ କରିବାକୁ ପସନ୍ଦ କରୁଛନ୍ତି ବୋଲି ଟ୍ୟାଲେଣ୍ଟ ଟେକ ଆଉଟଲୁକ ମତବ୍ୟକ୍ତ କରିଛି। ସଂସ୍ଥାର ସୂଚନା ଅନୁସାରେ ୨୦୨୨ରେ ୧୦୦ରୁ ଊର୍ଦ୍ଧ୍ୱ ସିଇଓ ଏବଂ ଏଚଆରଙ୍କଠାରୁ ପ୍ରତିକ୍ରିୟାର ବିଶ୍ଳେଷଣ କରାଯାଇଛି। ବିଭିନ୍ନ ସୋସିଆଲ ମିଡିଆ, ସାକ୍ଷାତକାର ଓ ପ୍ୟାନେଲ ଚର୍ଚ୍ଚା ମାଧ୍ୟମରେ ଏହି ସର୍ଭେ କରାଯାଇଥିଲା ବୋଲି ଜଣାପଡିଛଇ। ଉକ୍ତ ସର୍ଭେରେ ସାମିଲ ୬୪% କର୍ମଚାରୀ କହିଛନ୍ତି ଯେ ଘରୁ ଥାଇ କାମ କରିବା ଦ୍ବାରା ସେମାନଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଛି ଏବଂ ଚାପ ମଧ୍ୟ କମିଛି।