Advertisement

୪ ଥାନା ଅଞ୍ଚଳରୁ ୮୨୮୫ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ଜାଣିଲେ…

ଫୁଲବାଣୀ,୧୧ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ପୋଲିସ ୪ଟି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ୮୨୮୫ କେଜି ଗଞ୍ଜେଇ ଜବତ କରିଛି । ଗୋଚ୍ଛାପଡା ଥାନା ଅଞ୍ଚଳରୁ ୩୬୭୫ କେଜି, ଫୁଲବାଣୀ ସଦର ଥାନା ଅଞ୍ଚଳରୁ ୧୪୪୦ କେଜି, ତୁମୁଡିବନ୍ଧ ଥାନା ଅଞ୍ଚଳରୁ ୬୧୫ କେଜି ଓ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରୁ ୨୫୫୫ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ମୂଲ୍ୟ କୋଟି କୋଟି ହେବ ବୋଲି କୁହାଯାଉଛି । ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ । ଘଟଣାର ଅଧିକ ତଦନ୍ତ ଚାଲିଥିବା କନ୍ଧମାଳ ଏସ୍‌ପି ହରିଶ ବିସି ସୂଚନା ଦେଇଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share