Categories: ଜାତୀୟ

ରାଜ୍ୟ ସଭାର ୮୩ ଅଧିକାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୫।୯: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। କରୋନା ଭିତରେ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଗତ ବୁଧବାର ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶେଷ କରାଯାଇଛି। ଏସବୁ ଭିତରେ ସଂସଦ ଚାଲିଥିବାବେଳେ ରାଜ୍ୟ ସଭାର ୮୩ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସମା ଚେୟାରମ୍ୟାନ୍‌ ଭେଙ୍କେୟା ନାଇଡୁ ଏନେଇ ସୂଚନା ଦେଇଛନ୍ତି। ଚିହ୍ନଟ ଅଧିକାରୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Share