ହୋସ ଉଡାଇଲେ ରଣବୀର

ମୁମ୍ବାଇ: କ୍ରିକେଟର କପିଲ ଦେବଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିବା ବଲିଉଡ ଚଳଚ୍ଚିତ୍ର ୮୩ର ଟିଜର ରିଲିଜ ହୋଇଛି । ଏଥିରେ କପିଲ ଦେବଙ୍କ କ୍ୟାରେକ୍ଟରରେ ବଲିଉଡ୍ ନାୟକ ରଣବୀର ସିଂ ନଜର ଆସିଛନ୍ତି । ଫିଲ୍ମର ଘୋଷଣା ଓ ଫାଷ୍ଟ ଲୁକ୍ ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ଦେଖିବାକୁ ଉତ୍ସୁକତା ବଢି ଯାଇଥିଲା । ଏବେ ଏହି ଫିଲ୍ମର ଟିଜର ରିଲିଜ୍ ହୋଇଛି । ଯାହା କ୍ରିକେଟ ପ୍ରେମୀଙ୍କ ମନକୁ ଏକବାର ଛୁଇଁ ଯାଇଛି ବୋଲି କୁହାଯାଉଛି । ୧୯୮୩ରେ ଭାରତ ପ୍ରଥମଥର ଲାଗି କ୍ରିକେଟ ୱାର୍ଲଡ କପ୍ ଜିତିଥିବା ବେଳର ସମସ୍ତ କାହାଣୀକୁ ଫିଲ୍ମରେ ସ୍ଥାନ ଦିଆଯାଇଛି । କାରଣ ଏହି ଫିଲ୍ମଟି ପ୍ରଥମ ୱାର୍ଲଡ କପକୁ ନେଇ ନିର୍ମାଣ କରାଯାଇଛି । କୁହାଯାଏ କପିଳ ଦେବଙ୍କ ନେତୃତ୍ୱରେ ଦଳ ୱାର୍ଲଡ କପ ଜିତିଥିବା ବେଳେ ଏହା ଦେଶକୁ କପିଳଙ୍କ ଉପହାର ଥିଲା । ଏହି ଫିଲ୍ମ ୨୪ ଡିସେମ୍ବରରେ ରିଲିଜ୍ ହେବ । ଫିଲ୍ମରେ ରଣବୀରଙ୍କ ଅଭିନୟ ଦର୍ଶକଙ୍କ ମନକୁ ନିଶ୍ଚିତ ପସନ୍ଦ ଆସିବ ବୋଲି କୁହାଯାଉଛି । ତେବେ ରଣବୀର ତାଙ୍କ ଭିନ୍ନ ଅନ୍ଦାଜରେ ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । ଫିଲ୍ମ ୮୩ ହିନ୍ଦୀ ବ୍ୟତୀତ ତାମିଲ, କନ୍ନଡ, ତେଲୁଗୁ ଓ ମାଲୟାଲାମରେ ରିଲିଜ କରାଯିବ । ଏଥିରେ ଦୀପିକା ପାଦୁକୋନଙ୍କ ଏକ ଛୋଟିଆ କ୍ୟାରେକ୍ଟର ଥିବା ବେଳେ ସେ କପିଲଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି । ତେବେ ରଣବୀରଙ୍କ ଭିନ୍ନ ଅନ୍ଦାଜକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ବେଳେ ସେ ୟଙ୍ଗଷ୍ଟରଙ୍କ ହୋସ ଉଡାଇବେ ବୋଲି କୁହାଯାଉଛି ।

Share