ଭୁବନେଶ୍ୱର,୨୬।୮: ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ତୈଳ ଏବଂ ବାଷ୍ପ କ୍ଷେତ୍ରରେ ୮୩୬୩ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପଗୁଡିକର ମୋଟ ମୂଲ୍ୟ ୫.୮୮ ଲକ୍ଷ କୋଟି ଟଙ୍କା ରହିଛି। ଏହିସବୁ ପ୍ରକଳ୍ପରୁ ପ୍ରାୟ ୩୩.୮ କୋଟି ଶ୍ରମ ଦିବସ ସୃଷ୍ଟି ହେବା ନେଇ ସରକାର ଆଶାବାଦୀ ଅଛନ୍ତି। ସଙ୍କଟ ସମୟକୁ ସୁଯୋଗରେ ରୂପାନ୍ତରିତ କରିବା ଲାଗି ପେଟ୍ରୋଲିୟମ ଉଦ୍ୟୋଗ କାର୍ଯ୍ୟ କରୁଛି। ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ଏହି ଶିଳ୍ପ ଫୋକସ କରିଥିବା ସରକାର କହିଛନ୍ତି। କରୋନା ମହାମାରୀ ସତ୍ତ୍ୱେ କଟକଣା ମଧ୍ୟରେ ଏହି ଶିଳ୍ପ ଏହାର ଅର୍ଥନୈତିକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିଛି। କରୋନା ନିୟମାବଳୀକୁ ପାଳନ କରାଯାଇ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଏହି ପ୍ରକଳ୍ପଗୁଡିକ ସିପିଏସ୍ସି, ଯୁଗ୍ମ ଉଦ୍ୟୋଗ ଏବଂ ସହାୟକ ଉଦ୍ୟୋଗଗୁଡିକରେ ଜାରି ରହିଛି। ଏଥିରେ ତୈଳ ବିଶୋଧନାଗାର, ଜୈବ ବିଶୋଧନ, ଇ ଆଣ୍ଡ ପି ପ୍ରକଳ୍ପ, ମାର୍କେଟିଂ ଭିତ୍ତିଭୂମି ପ୍ରକଳ୍ପ, ପାଇପଲାଇନ, ସିଜିଡି ପ୍ରକଳ୍ପ ଏବଂ ଡ୍ରିଲିଂ କାମ ସାମିଲ ରହିଛି। ୨୫ଟି ବୃହତ୍ ତୈଳ ଏବଂ ବାଷ୍ପ ପ୍ରକଳ୍ପ ସିପିଏସ୍ସି ଓ ଯୌଥ ଉଦ୍ୟୋଗରେ କାର୍ଯ୍ୟକାରୀ କରାଯାଉଛି।

ତୃତୀୟ ଦିନରେ ଛାନ୍ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ
ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ
ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର...

ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ: ଦାସ ବେନୁହୁର୍
ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ): ସମ୍ବଲପୁରୀ ବସ୍ତ୍ରାଳୟ ସାରା ଭାରତବର୍ଷରେ ଏକ ଅଲୌକିକ ସଂସ୍ଥା। ଓଡ଼ିଶାର ଜୀବନ୍ତ ପରିଚୟ ହେଉଛି ସମ୍ବଲପୁରୀ ଶାଢ଼ୀ। ପ୍ରତ୍ୟେକ ବୁଣାକାର ହେଉଛନ୍ତି ଜଣେ...

୩୮ଲକ୍ଷ ଟଙ୍କା ହେର୍ଫେର: ପିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ
ବ୍ରହ୍ମପୁର/ଦିଗପହଣ୍ଡି,୨୦।୩(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତକୁ ଆସିଥିବା ସରକାରୀ ଟଙ୍କା ହେରଫେର୍ ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଅଜାଣତରେ...

ଶୁକ୍ରବାରଠାରୁ ସକାଳୁଆ ସ୍କୁଲ: ଗଣଶିକ୍ଷା ପକ୍ଷରୁ ଆସିଲା ବଡ଼ ଅପଡେଟ୍
ଭୁବନେଶ୍ୱର,୨୦।୧: ରାଜ୍ୟରେ କ୍ରମାଗତ ତାପମାତ୍ରା ବୃଦ୍ଧି ପାଉଛି। ପିଲାମାନେ ଖରା ସମୟରେ ସ୍କୁଲ ଯାଇ ପାଠପଢ଼ିବା ସମ୍ଭବ ହେଉନାହିଁ। ତେଣୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ...

ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ: କହିଲେ,ପ୍ରକୃତରେ ଖୁବ ଶାନ୍ତିଦାୟକ
ଭୁବନେଶ୍ୱର,୨୦।୩: ଓଡ଼ିଆ ଜାତିର ଜୀବନଶୈଳୀରେ ଅଭିନ୍ନ ଅଂଶ ପଖାଳ। ଆଜି ଚାରିଆଡେ ‘ପଖାଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ମୋବାଇଲ ଟାଓ୍ବାରକୁ ଚଢ଼ି ଜୀବନ ହାରିଲେ ଯୁବକ
ସଇଁତଲା,୨୦।୩(ରାଖାଲ ପ୍ରସାଦ ଶତପଥି): ବଲାଙ୍ଗୀର ଜିଲା ସଇଁତଲା ଥାନା ଅଧୀନ କଅଁସର ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଜଣେ ଯୁବକ ମୋବାଇଲ ଟାଓ୍ବାରରେ ଚଢ଼ି...

କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଘୋଷଣା: ଓଡ଼ିଶାରେ ଖୋଲିବ ସେଣ୍ଟର ଅଫ ଏକ୍ସେଲେନ୍ସ
ଭୁବନେଶ୍ୱର,୨୦।୩:ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ତଥା ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ଚୌଧରୀ...