Advertisement
Categories: ରାଜ୍ୟ

ତୈଳ-ବାଷ୍ପ କ୍ଷେତ୍ରରେ ୮୩୬୩ ପ୍ରକଳ୍ପ

ଭୁବନେଶ୍ୱର,୨୬।୮: ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ତୈଳ ଏବଂ ବାଷ୍ପ କ୍ଷେତ୍ରରେ ୮୩୬୩ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପଗୁଡିକର ମୋଟ ମୂଲ୍ୟ ୫.୮୮ ଲକ୍ଷ କୋଟି ଟଙ୍କା ରହିଛି। ଏହିସବୁ ପ୍ରକଳ୍ପରୁ ପ୍ରାୟ ୩୩.୮ କୋଟି ଶ୍ରମ ଦିବସ ସୃଷ୍ଟି ହେବା ନେଇ ସରକାର ଆଶାବାଦୀ ଅଛନ୍ତି। ସଙ୍କଟ ସମୟକୁ ସୁଯୋଗରେ ରୂପାନ୍ତରିତ କରିବା ଲାଗି ପେଟ୍ରୋଲିୟମ ଉଦ୍ୟୋଗ କାର୍ଯ୍ୟ କରୁଛି। ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ଏହି ଶିଳ୍ପ ଫୋକସ କରିଥିବା ସରକାର କହିଛନ୍ତି। କରୋନା ମହାମାରୀ ସତ୍ତ୍ୱେ କଟକଣା ମଧ୍ୟରେ ଏହି ଶିଳ୍ପ ଏହାର ଅର୍ଥନୈତିକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିଛି। କରୋନା ନିୟମାବଳୀକୁ ପାଳନ କରାଯାଇ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଏହି ପ୍ରକଳ୍ପଗୁଡିକ ସିପିଏସ୍‌ସି, ଯୁଗ୍ମ ଉଦ୍ୟୋଗ ଏବଂ ସହାୟକ ଉଦ୍ୟୋଗଗୁଡିକରେ ଜାରି ରହିଛି। ଏଥିରେ ତୈଳ ବିଶୋଧନାଗାର, ଜୈବ ବିଶୋଧନ, ଇ ଆଣ୍ଡ ପି ପ୍ରକଳ୍ପ, ମାର୍କେଟିଂ ଭିତ୍ତିଭୂମି ପ୍ରକଳ୍ପ, ପାଇପଲାଇନ, ସିଜିଡି ପ୍ରକଳ୍ପ ଏବଂ ଡ୍ରିଲିଂ କାମ ସାମିଲ ରହିଛି। ୨୫ଟି ବୃହତ୍‌ ତୈଳ ଏବଂ ବାଷ୍ପ ପ୍ରକଳ୍ପ ସିପିଏସ୍‌ସି ଓ ଯୌଥ ଉଦ୍ୟୋଗରେ କାର୍ଯ୍ୟକାରୀ କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share