ଆଜି ରାଜ୍ୟରୁ ୮୪ ପଜିଟିଭ୍‌ ଚିହ୍ନଟ, କଟକରେ ସର୍ବାଧିକ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୮୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୪୮୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି କଟକରୁ ସର୍ବାଧିକ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦ ଏବଂ ବରଗଡ଼ରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୪, ବାଲେଶ୍ୱର ୧, ଭଦ୍ରକ ୧, ଗଞ୍ଜାମ ୨, ଜଗତସିଂହପୁର ୨, ଯାଜପୁର ୫, କଳାହାଣ୍ଡି ୩, ଖୋର୍ଦ୍ଧା ୪, କୋରାପୁଟ ୧, ମୟୂରଭଞ୍ଜ ୩, ନବରଙ୍ଗପୁର ୧, ପୁରୀ ୩, ରାୟଗଡ଼ା ୫ ଏବଂ ସମ୍ବଲପୁରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୪୮୯ରେ ପହଞ୍ଚିଥିବା ବେଳେ ୩,୩୫,୮୫୭ଜଣ ସୁସ୍ଥ ହୋଇଛନ୍ତି। ୬୬୧ ଜଣ ଚିକିିତ୍ସିତ ହେଉଛନ୍ତି।

Share