ଏହି ଫିଲ୍ମର ଗୋଟିଏ ସିନ୍‌ ପାଇଁ ନଷ୍ଟ ହୋଇଥିଲା ୮୪ ଲକ୍ଷ ଲିଟର ପାଣି

ମୁମ୍ବାଇ: ବଲିଉଡ୍‌ରେ ଏପରି ଅନେକ ଫିଲ୍ମ ଅଛି, ଯାହାର ଗୋଟିଏ କିମ୍ବା ଦୁଇଟି ସିନ୍‌ ଏମିତି ହୋଇଥାଏ ଯାହାକୁ ଦର୍ଶକେ ସବୁଦିନ ପାଇଁ ମନେ ରଖିଥାନ୍ତି। ଏପରି ଏକ ଫିଲ୍ମ ହେଉଛି ପ୍ରିୟଦର୍ଶନଙ୍କ ‘ଦେ ଦନା ଦନ’। ଯାହା ୨୦୦୯ରେ ରିଲିଜ ହୋଇଥିଲା। ଯଦିଓ ଏହି ଫିଲ୍ମ ଦର୍ଶକଙ୍କୁ ବହୁତ ହସାଇଥିଲା କିନ୍ତୁ ଆଜି ମଧ୍ୟ ଯେତେବେଳେ ଏହି ଫିଲର କ୍ଲାଇମାକ୍ସ ମନେ ପଡ଼େ ସେତେବେଳେ ଆଶ୍ଚର୍ଯ୍ୟ ଲାଗେ। ଏହି ଫିଲ୍ମର କ୍ଲାଇମାକ୍ସ ସିନ୍‌ରେ ଏକ ହୋଟେଲରେ ପାଣି ଟାଙ୍କି ଫାଟିଯିବାରୁ ସେଠାରେ କେମିତି ପରିସ୍ଥିତି ଉପୁଜିଥିଲା। ଏହି ଦୃଶ୍ୟ ଦେଖିବା ସମୟରେ ଆପଣ ନିଶ୍ଚୟ ବହୁତ ଉପଭୋଗ କରିଥିବେ, କିନ୍ତୁ ଏହି ଗୋଟିଏ ସିନ୍‌ ଶୁଟିଂ ପାଇଁ କେତେ ପାଣି ନଷ୍ଟ ହୋଇଥିଲା ଜାଣନ୍ତି?

ବଲିଉଡ୍‌ ଫିଲ୍ମର ସିନ୍‌କୁ ବାସ୍ତବ ରୂପ ଦେବା ପାଇଁ ନିର୍ମାତାମାନେ ପ୍ରାୟତଃ ଯେକୌଣସି ସ୍ତରକୁ ଚାଲିଯାଆନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଉ କିମ୍ବା କିଛି ଜିନିଷର ଅପଚୟ। ଯଦି ଆପଣ ମଧ୍ୟ ଭାବୁଛନ୍ତି, ଏହି ଫିଲ୍ମର ସଫଳତା ପୂର୍ବରୁ ଏହି ସବୁ ଜିନିଷ ଗୁରୁତ୍ୱପୂର୍ଣ୍ଣ। ବୋଧହୁଏ ଆଜି ପରେ ଚିନ୍ତାଧାରା ଟିକିଏ ବଦଳିଯିବ। ହଁ ୧୦୦ କିମ୍ବା ୨୦୦ ନୁହେଁ ବରଂ ‘ଦେ ଦନା ଦନ’ର ଏହି ସିନ୍‌ ଶୁଟିଂରେ ଲକ୍ଷ ଲକ୍ଷ ଲିଟର ପାଣି ନଷ୍ଟ ହୋଇଯାଇଥିଲା। ଯାହାକୁ ଆମେ ସମସ୍ତେ ପରଦାରେ ଉପଭୋଗ କରିଥିଲୁ।

୮୪ ମିନିଟ୍‌ରେ ୮୪ ଲକ୍ଷ ଲିଟର ପାଣି ନଷ୍ଟ ହୋଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରିୟଦର୍ଶନଙ୍କ ଫିଲ୍ମର କ୍ଲାଇମାକ୍ସ ଶୁଟିଂ ପାଇଁ ୭୦୦ ଓ୍ବାଟର ଟ୍ୟାଙ୍କର୍‌ ବ୍ୟବହାର କରାଯାଇଥିଲା। ଯଦି ଲିଟରରେ ଗଣନା କରାଯାଏ, ତେବେ ସମୁଦାୟ ୮୪ ଲକ୍ଷ ଲିଟର ପାଣି ବ୍ୟବହାର କରାଯାଇଥିଲା। ଏହି ଫଟୋ ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। କାରଣ ଭାବନ୍ତୁ ଏହି ୮୪ ଲକ୍ଷ ଲିଟର ପାଣିରେ କେତେ ଲୋକଙ୍କ ଶୋଷ ମେଣ୍ଟାଇ ପାରିଥାନ୍ତା। ଏକଥା ଭାବିଲେ ପାଦତଳୁ ମାଟି ଖସିଯିବ।

ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ସୁନୀଲ ଶେଟ୍ଟୀ, କ୍ୟାଟ୍ରିନା କୈଫ୍‌, ସମୀର ରେଡ୍ଡୀ ଏବଂ ପରେଶ ରାଓ୍ବଲ ଅଭିନୟ କରିଥିଲେ। ଏହି ଫିଲ୍ମର କ୍ଲାଇମାକ୍ସ ଆଜି ବି ସ୍ମରଣୀୟ।

Share