ଗଡ଼ିଲା ଆଉ ୮୪ଟି ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ୱର, ୧।୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାରଠାରୁ ଗଡ଼ିଲା ଆଉ ୮୪ଟି ନୂଆ୧୦୮ ଆମ୍ବୁଲାନ୍ସ । ନୂଆ ବର୍ଷରେ ରାଜ୍ୟବାସୀଙ୍କୁ ଏହି ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଛନ୍ତି । ନିଜସ୍ବ ପାଣ୍ଠିରେ ରାଜ୍ୟ ସରକାର ସମସ୍ତ ଆମ୍ବୁଲାନ୍ସ କିଣିଛନ୍ତି। ଏହି ୮୪ଟି ଆମ୍ବୁଲାନ୍ସ ରାଜ୍ୟର ୨୭ ଜିଲାରେ ଗଡ଼ିବ । ବାଲେଶ୍ୱର ଜିଲାକୁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯିବ। ଏବେ ରାଜ୍ୟରେ ମୋଟ ୫୧୮ଟି ୧୦୮ ଆମ୍ବୁଲାନ୍ସ, ୫୦୦ଟି ଜନନୀ ଏକ୍ସପ୍ରେସ ଚାଲୁଛି । ୨୦୧୩ ମସିହାରୁ ରାଜ୍ୟବାସୀଙ୍କୁ ଏହି ଜରୁରୀ କାଳୀନ ସେବା ଯୋଗାଉଛନ୍ତି ସରକାର। ମାଲକାନଗିରି ବିଛିନ୍ନାଞ୍ଚଳରେ ୬ଟି ୧୦୮ ବୋଟ ଆମ୍ବୁଲାନ୍ସ ମଧ୍ୟ ଚାଲୁଛି ।

Share