
ଭୁବନେଶ୍ୱର, ୧୬।୪(ସତ୍ୟଜିତ୍ ରାଉତ):ରାଜ୍ୟରେ ଗତ ୫ ବର୍ଷରେ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ଅଛନ୍ତି। ବିଧାନସଭାରେ ଗତ ଫେବୃଆରୀ ୧୭ରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ତଥ୍ୟ ଦେଇଥିଲେ। ୨୦୨୦ରୁ ୨୦୨୪ ମଧ୍ୟରେ ୧ ହଜାର ୮୫୭ ଜଣ ଶିଶୁଙ୍କୁ ପୋଲିସ ଖୋଜି ପାଇଛି। ଏଥିସହ ୭୪୮ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।