ଆଜି ରାଜ୍ୟରେ ଟିକା ନେଲେ ୮୪,୦୯୯ ଜଣ

ଭୁବନେଶ୍ୱର,୧।୪(ବ୍ୟୁରୋ): ଗୁରୁବାର ରାଜ୍ୟରେ କୋଭିଡ ଯୋଦ୍ଧା, ସ୍ବାସ୍ଥ୍ୟସେବା ହିତାଧିକାରୀ ଏବଂ ବରିଷ୍ଠ ନାଗରିକଙ୍କୁ ମିଶାଇ ସମୁଦାୟ ୮୪୦୯୯ ଜଣଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୬୦ ବର୍ଷରୁ ଊଦ୍ଧର୍‌ବ ବରିଷ୍ଠ ନାଗରିକ, ସ୍ବାସ୍ଥ୍ୟସେବା ହିତାଧିକାରୀ ଏବଂ କୋଭିଡ ଯୋଦ୍ଧାଙ୍କୁ ୧ମ ଓ ୨ୟ ଡୋଜ୍‌ ଟିକା ପ୍ରଦାନ କରାଯାଇଛି।

Share