Categories: ଜାତୀୟ

୮୪୯ ବିଲ୍ଡିଂରେ ଫାଟ, ୧୬୫ ବିପଦ ଜୋନ୍‌ରେ

ଜୋଷୀମଠ, ୧୭।୧: ଉତ୍ତରାଖଣ୍ଡ ଚମୋଲି ଜିଲାର ଜୋଷୀମଠ ସହର ଦିନକୁ ଦିନ ଦବିବାରେ ଲାଗିଛି। ସହରର ୮୪୯ ବିଲ୍ଡିଂରେ ଫାଟ ଦେଖାଯାଇଥିବାବେଳେ ୧୬୫ଟି ବିଲ୍ଡିଂ ବିପଦସଙ୍କୁଳ ଜୋନ୍‌ରେ ରହିଥିବା ସୋମବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଜୋଷୀମଠର ୨୩୭ ପରିବାରର ପାଖାପାଖି ୮୦୦ ଜଣଙ୍କୁ ଅସ୍ଥାୟୀ ରିଲିଫ୍‌ ଶିବିରକୁ ସ୍ଥାନାନ୍ତର କରାଯାଇଥିବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କୁହାଯାଇଛି।
ସ୍ଥାନରେ ରିଲିଫ୍‌ ସେଣ୍ଟର ତିଆରି କରାଯାଇଛି, ଯେଉଁଥିରେ ୨,୧୯୦ ଲୋକ ରହିପାରିବେ। ୩୯୬ ପ୍ରଭାବିତ ପରିବାରକୁ ଜିଲା ପ୍ରଶାସନ ୩୦୧.୭୭ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛି। ଜୋଷୀମଠର ସୁରକ୍ଷା ପାଇଁ ସୋମବାରଠାରୁ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ନୃସିଂହ ମନ୍ଦିରରେ ମହାଯଜ୍ଞର ଆରମ୍ଭ କରିଛନ୍ତି, ଯାହା ଆଗାମୀ ୧୦୦ ଦିନ ପର୍ଯ୍ୟନ୍ତ ଜାରି ରହିବ।

Share