ନବୋଦୟ ସ୍କୁଲର ୮୫ ପିଲା କରୋନା ପଜିଟିଭ୍‌,କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା…

ନୈନିତାଲ, ୨।୧ : ନୈନିତାଲର ସୁୟାଲବାଡ଼ିସ୍ଥିତ ଜବାହର ନବୋଦୟ ସ୍କୁଲର ୮୫ପିଲାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଆକ୍ରାନ୍ତ ପିଲାଙ୍କୁ ଆଇସୋଲେଶନରେ ରଖାଯାଇଛି। ସେହିପରି ପ୍ରଶାସନ ପକ୍ଷରୁ ସ୍କୁଲି ପରିସରକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି।

କରୋନା ନେଗେଟିଭ୍‌ ପିଲାଙ୍କୁ କେବେ ଘରକୁ ପଠାଯିବ ସେ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ସ୍ଥାନୀୟ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରାଯିବ।

ଆଲମୋରା-ଆହ୍ଲାଦିନୀ ରାଜପଥ ପାର୍ଶ୍ୱରେ ଥିବା ଗଙ୍ଗରକୋଟଠାରେ ନିର୍ମିତ ଜବାହର ନାବୋଦୟ ବିଦ୍ୟାଳୟରେ ଆରଟିପିସିଆର ପରୀକ୍ଷା ଅନ୍ତର୍ଗତ ସ୍କୁଲ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ନମୁନା ସଂଗ୍ରହ କରାଯାଇଥିଲା।

ରିପୋର୍ଟରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ପ୍ରାୟ ୧୧ ଜଣ ପିଲା କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ପରେ ସ୍ବାସ୍ଥ୍ୟ ବିଭାଗର ଟିମ ପକ୍ଷରୁ ଏକ ସ୍ବତନ୍ତ୍ର ଶିବିର ଆୟୋଜନ କରି ୪୯୬ ପିଲାଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା। ଏହା ପରେ ଶନିବାର ଦିନ ମିଳିଥିବା ରିପୋର୍ଟରେ ବିଦ୍ୟାଳୟର ୮୫ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବିଦ୍ୟାଳୟକୁ ଏକ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ସେହିପରି କରୋନା ସଂକ୍ରମଣ ଯୋଗୁ ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ଏଠାରେ ୧୩ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

 

Share