ଭୋଟ ପାଇଁ ଖଟିଆରେ ଆସିଲେ ବୃଦ୍ଧ

କୁତ୍ରା,୧୮।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଛି। ଗଣତନ୍ତ୍ରର ଏହି ପର୍ବରେ ନିଜ ଅଧିକାର ସାବ୍ୟସ୍ତ କରୁଛନ୍ତି ଜନସାଧାରଣ। ତେବେ କୁତ୍ରା ପଞ୍ଚାୟତର ଡାହିଜିରା ଗ୍ରାମରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ସଭ୍ୟ ସମାଜକୁ ମଧ୍ୟ ଚିନ୍ତା କରିବା ପାଇଁ ବାଧ୍ୟ କରିବ। ଡାହିଜିରା ଗିର୍ଜାପଡା ଗାଁରେ ଦେଖିବାକୁ ମିଳିଛି ଜଣେ ଭୋଟଙ୍କୁ ଖଟରେ ବୁହାହୋଇ ଭୋଟ ଦେବାକୁ ଆସିଛନ୍ତି। ସେ ହେଲେ କୀର୍ତଦାସ ଗୁଡିଆ(୮୫)। କୀର୍ତଦାସ ବାର୍ଦ୍ଧକ୍ୟ ଯୋଗୁଁ ବିଛଣାରେ ପଡିଥିବା ବେଳେ ତାଙ୍କ ଇଚ୍ଛାରେ ପରିବାର ଲୋକେ ତାଙ୍କୁ ଭୋଟ ଦେବାପାଇଁ ଆଣିଥିଲେ।