କ୍ୱିଭ,୨୦ ।୫: ମାରିଉପୋଲକୁ କବଜା କରିବା ପରେ ରୁଷିଆ ୟୁକ୍ରେନରେ ନୂଆ ପିଢିର ଶକ୍ତିଶାଳୀ ଲେଜର ଅସ୍ତ୍ରଶସ୍ତ୍ର ଗଚ୍ଛିତ କରିଛି । ଏହାର ସହାୟତାରେ ପଶ୍ଚିମରୁ ୟୁକ୍ରେନକୁ ସପ୍ଲାଇ କରାଯାଉଥିବା ଡ୍ରୋନକୁ ନଷ୍ଟ କରିହେବ । ଅନ୍ୟପଟେ ମସ୍କୋ ଯୁଦ୍ଧର ୮୫ ଦିନରେ କହିଛି ଗତ ୨୪ ଘଣ୍ଟା ମଧ୍ୟରେ ଅଜୋରବସ୍ତଲ ଷ୍ଟିଲ ପ୍ଲାଣ୍ଟରେ ୧୭୭ ୟୁକ୍ରେନ ସେନାଙ୍କ ସହ ଏବେ ପର୍ଯ୍ୟନ୍ତ ୧୭୩୦ ସେନା ଆତ୍ମସମର୍ପଣ କରି ସାରିଲେଣି । ଏବେସୁଦ୍ଧା ପ୍ଲାଣ୍ଟ ଭିତରେ କେତେ ସେନା ରହିଛନ୍ତି ତା’ର କୌଣସି ସଠିକ ସୂଚନା ନାହିଁ ।
ସୂଚନାଯୋଗ୍ୟ, ଏବେ ରୁଷିଆ ଯେଉଁ ନୂଆ ପିଢିର ଶକ୍ତିଶାଳୀ ଲେଜର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଯାଉଛି ତା’କୁ ପରିହାସ କରିଛନ୍ତି ୟୁକ୍ରେନର ରାଷ୍ଟପତି ଭୋଲୋଡେମିର ଜେଲନ୍ସ୍କି । ସେ କହିଛନ୍ତି, ଏହି ଅସ୍ତ୍ରର ବ୍ୟବହାର ନାଜି ଜର୍ମାନୀ ବିଶ୍ୱ ଯୁଦ୍ଧରେ ହାରିବାରୁ ବଞ୍ଚିବା ଲାଗି ବ୍ୟବହାର କରିଥିଲା । ହେଲେ ରୁଷିଆ ଏହାକୁ ଖୁବ୍ ଶକ୍ତିଶାଳୀ ଅସ୍ତ୍ର ବୋଲି କହୁଛି, ଯାହାର ସ୍ୱାଗତ ରୁଷିଆ ୨୦୧୮ରେ କରିଥିଲା ।
Posted inଅନ୍ତର୍ଜାତୀୟ